ସୋସିଆଲ୍‌ ମିଡିଆରେ ଯୁବତୀଙ୍କ ନାଁରେ ନକଲି ଆକାଉଣ୍ଟ୍‌ ‌ଖୋଲିଥିବା ଅଭିଯୁକ୍ତ ଗିରଫ

Advertisment
ସୋସିଆଲ୍‌ ମିଡିଆରେ ଯୁବତୀଙ୍କ ନାଁରେ ନକଲି ଆକାଉଣ୍ଟ୍‌ ‌ଖୋଲିଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଆଜିକାଲି ଭିନ୍ନ ଧରଣର ଅପରାଧ ସବୁ ଘଟୁଛି। କେବେ କେବେ ଦୋଷୀ ଧରାପଡୁଛନ୍ତି ତ ପୁଣି କେବେ ପୁଲିସ୍‌କୁ ଚଖ୍‌ମା ବି ଦେଉଛନ୍ତି।ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୁଲିସ୍‌ର ସାଇବର୍‌ କ୍ରାଇମ୍‌ ଟିମ୍‌ ସୋସିଆଲ୍‌ ମିଡିଆରୁ ଜଣେ ଷ୍ଟକର୍‌ଙ୍କୁ ଗିରଫ କରିଛି। ପୁଲିସ୍‌ ମୁତାବକ, ଅଭିଯୁକ୍ତ ଜଣକ ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କୁ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ୍‌ ପଠାଇଲେ। ଯୁବତୀ ଜଣକ ତାଙ୍କ ରିକୁଏଷ୍ଟ୍‌କୁ ଗ୍ରହଣ ନକରିପାରିବାରୁ ସେ ରାଗରେ ଆସି ଯୁବତୀଙ୍କ ନାମରେ ଏକ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଖୋଲି ଯୁବତୀଙ୍କ ଫଟୋ ସହ ଫୋନ୍‌ ନମ୍ବର ଦେଇଥିଲେ।

ଯୁବତୀ ଜଣକ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଦିଲ୍ଲୀ ପୁଲିସ୍‌ ଏହି ମାମଲାକୁ ପର୍ଦାଫାସ କରିବା ପାଇଁ ପୂରା ଯୋଜନା ବନାଇଲେ। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ଏକ ଟିମ୍‌ ଗଠନ କଲା। ଟିମ୍‌ ସଦସ୍ୟଙ୍କୁ ଅଭିଯୁକ୍ତକୁ ଧରିବା ପାଇଁ ଭିନ୍ନ ଭିନ୍ନ ଦାୟିତ୍ବ ଦିଆଗଲା। ଶେଷର ପୁଲିସ୍‌ ଅଭିଯୁକ୍ତକୁ ଧରିବାରେ ସମର୍ଥ ମଧ୍ୟ ହେଲା।

ପୁଲିସ୍‌ ଏହି ମାମଲାର ତଦନ୍ତ କରିବାକୁ ସୋସିଆଲ୍‌ ମିଡିଆର ବି ସହାୟତା ନେଇଥିବା ଜାଣିବାକୁ ମିଳିଛି। ସୋସିଆଲ୍‌ ମିଡିଆରୁ ପୁଲିସ୍‌କୁ ଅଭିଯୁକ୍ତ ସଂପର୍କରେ ଅନେକ ସୂଚନା ମିଳିଗଲା।ଏହି ଅଭିଯୁକ୍ତ ଜଣକ ହେଉଛନ୍ତି ରୋହିତ ଆର୍ଯ୍ୟ। ଜାଣିବାକୁ ମିଳିଛି ଯେ ୨୫ ବର୍ଷର ରୋହିତ ଦିଲ୍ଲୀର ଲାଜବନ୍ତି ଗାର୍ଡେନରେ ରହନ୍ତି। ପୁଲିସ୍‌ ସେହିଠାରୁ ହିଁ ରୋହିତ ଆର୍ଯ୍ୟକୁୁ ଗିରଫ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe