ନୂଆଦିଲ୍ଲୀ: ପୂର୍ବ ପ୍ରେମିକକୁ ମାରିବାକୁ ଯାଇ ସୁପରେ ବିଷ ମିଶାଇଥିଲେ ପ୍ରେମିକା। ପ୍ରେମିକଙ୍କ ସମେତ ଚାଲିଗଲା ୪ଜଣକ ଜୀବନ। ଏହି ଅପରାଧ ପରେ ଏବେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ଘଟଣାଟି ଘଟିଛି ନାଇଜେରିଆର ଇଡୋ ଷ୍ଟେଟରେ। ମୃତକଙ୍କ ମଧ୍ୟରେ ପୂର୍ବ ପ୍ରେମିକ, ତାଙ୍କର ୨ଭାଇ ଓ ତାଙ୍କର ୨ସାଙ୍ଗ ଅଛନ୍ତି। ପ୍ରତିଶୋଧ ନେବାକୁ ଅଭିଯୁକ୍ତ ମହିଳା ଏଭଳି କରିଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ପୂର୍ବ ପ୍ରେମିକ, ତାଙ୍କର ୨ଭାଇ ଓ ୨ସାଙ୍ଗଙ୍କୁ ଘରକୁ ଖାଇବାକୁ ଡାକିଥିଲେ ଅଭିଯୁକ୍ତ। ଏହା ପରେ ସେମାନଙ୍କ ପାଇଁ ସୁପ୍ ବନାଇଥିଲେ। କେବଳ ପୂର୍ବ ପ୍ରେମିକକୁ ମାରିବା ପାଇଁ ଯୋଜନା କରି ତାଙ୍କୁ ହିଁ ବିଷ ମିଶା ସୁପ୍ ଦେଇଥିଲେ ଅଭିଯୁକ୍ତ ମହିଳା। ହେଲେ ସୁପ୍ ଭଲ ଲାଗିବାରୁ ପ୍ରେମିକଜଣକ ନିଜର ୨ଭାଇ ଓ ୨ସାଙ୍ଗଙ୍କୁ ମଧ୍ୟ ବିଷ ମିଶା ସୁପ ପିଇବାକୁ ଦେଇଥିଲେ। ଏହା ଫଳରେ ସମସ୍ତ ୫ଜଣକ ମୃତ୍ୟୁ ହୋଇଥିଲା। ମୃତକମାନେ ଘରକୁ ନଫେରିବାରୁ ସେମାନଙ୍କ ପରିବାର ଲୋକେ ଅଭିଯୁକ୍ତର ଘରେ ପହଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏନେଇ ଖବର ଦିଆଯିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରିବା ଆରମ୍ଭ କରିଛି।
Follow Us