ନକଲି ଆଇଏଏସଙ୍କ ପ୍ରେମରେ ପଡ଼ି ବିବାହ କରିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଜିଏସଟି ଅଧିକାରୀ

Advertisment
ନକଲି ଆଇଏଏସଙ୍କ ପ୍ରେମରେ ପଡ଼ି ବିବାହ କରିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଜିଏସଟି ଅଧିକାରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ନିୟୋଜିତ ଥିବ‌ା ଜିଏସଟିର ଜଣେ ଅଧିକାରୀଙ୍କୁ ନିଜ ଜାଲରେ ଫସାଇ କଳ୍ପନା ମିଶ୍ରା ନାମକ ଜଣେ ମହିଳା ବିବାହ କରିଥିଲେ। ମହିଳା ଜଣକ ନିଜକୁ ଜଣେ ଆଇଏଏସ ଅଧିକାରୀର ପରିଚୟ ଦେଇଥିଲେ। ପରେ ଜଣାପଡ଼ିଥିଲା ଉକ୍ତ ମହିଳା କୌଣସି ଆଇଏଏସ ନୁହନ୍ତି ।

ଏହାପରେ ଜିଏସଟି ଅଧିକାରୀ ଜଗଦିଶପୁରା ଥାନାରେ  ଏକ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହେବାପରେ ଯାଞ୍ଚରୁ ଜଣାପଡ଼ିଥିଲା କି ନକଲି ଆଇଏଏସ ଅଧିକାରୀ ହୋଇଥିବା କଳ୍ପନା ମିଶ୍ରାଙ୍କ ନାମରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଥିବା ବେଳେ ସେ ଏମିତି ଅନେକ ଲୋକଙ୍କୁ ଠକି ନିଜ ଜାଲରେ ଫସାଇସାରିଛନ୍ତି। ଏହି ଠକ ମହିଳା ସୁଲତାନପୁରରେ ବସବାସ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଠକ ମହିଳାଙ୍କ ପରିଚୟ ଜିଏସଟି ଅଧିକାରୀ ନେବିଲ କୁମାରଙ୍କ ସହିତ ଫେସବୁକ ଜରିଆରେ ହୋଇଥିଲା। ଜିଏସଟି ଅଧିକାରୀଙ୍କ ସହିତ କଳ୍ପନା କଥା ହେବା ସମୟରେ ନିଜକୁ ଅବିବାହିତ କହିବା ସହିତ ସେ ଜଣେ ଆଇଏଏସ ଅଧିକାରୀ ବୋଲି କହିଥିଲେ।

ଏହାପରେ କଳ୍ପନା ଅଧିକାରୀଙ୍କୁ ନିଜ ଜାଲରେ ଫସାଇ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ। ଅଧିକାରୀ ବି ମହିଳାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଏହାପ‌ରେ ବିବାହ ସାମଗ୍ରୀ କିଣିବା ପାଇଁ ସେ ଜିଏସଟି ଅଧିକାରୀଙ୍କୁ ୭୧ହଜାର ଟଙ୍କା ମାଗିଥିଲେ। ଏମିତି ଗୋଟିଏ ପରେ ଗୋଟିଏ ଦାବି କରିଚାଲିଥିଲେ କଳ୍ପନା। ଜିଏସଟି ଅଧିକାରୀ ତାଙ୍କ ସଞ୍ଜୟ ପୁଞ୍ଜି ଧୀରେଧୀରେ ଖର୍ଚ୍ଚ କରି ସବୁ ‌ଶେଷ କରି ଦେଇଥିଲେ।

ଟଙ୍କା ଦେବା ବନ୍ଦ କରିଦେବା ପରେ କଳ୍ପନା ଜିଏସଟି ଅଧିକାରୀଙ୍କୁ ଆଉ ଧରାଛୁଆଁ ଦେଲାନାହିଁ। ଏହାପରେ ଯାଞ୍ଚ କରିବାରୁ ଜଣାପଡ଼ିଥିଲା କି କଳ୍ପନା କୌଣସି ଆଇଏଏସ ଅଧିକାରୀ ନୁହନ୍ତି, ସେ ବିବାହିତ ତାଙ୍କର ସ୍ବାମୀଙ୍କ ନାମ ମନୋଜ ତିୱାରୀ। ଏହା ଜାଣିବାପରେ ଜିଏସଟି ଅଧିକାରୀଙ୍କ ହୋସ ଉଡ଼ିଯାଇଥିଲା।

ଏହି ଘଟଣାରେ ଜିଏସଟି ଅଧିକାରୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ କଳ୍ପନାଙ୍କ ନାମରେ ମାମଲା ରୁଜୁ କରିବା ପରେ ଲମ୍ବା ଛୁଟିରେ ଚାଲି ଯାଇଛନ୍ତି। ତାଙ୍କ ସହ ଯୋଗାଯୋଗ ବି କରି ହେଉନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe