ହାଇଦ୍ରାବାଦରେ ଯୁବତୀଙ୍କୁ ଅଟୋ ଡ୍ରାଇଭରର ଦୁଷ୍କର୍ମ

ମିଥ୍ୟା ବିବାହ ପ୍ରତିଶ୍ରୁତି ପାଇଁ ଉତ୍ତରପ୍ରଦେଶରେ ୫୭% ଦୁଷ୍କର୍ମ

www.indiatimes.com

ହାଇଦ୍ରାବାଦ : ହାଇଦ୍ରାବାଦରେ ପ୍ରାଣୀ ଚିକିତ୍ସିକାଙ୍କୁ ଜଣେ ଟ୍ରକ୍‌ ଚାଳକ ଓ ତା’ର ସହଯୋଗୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଏବଂ ପରେ ୪ ଅଭିଯୁକ୍ତଙ୍କୁ ପୁଲିସର ଏନ୍‌କାଉଣ୍ଟର ଘଟଣାକୁ ନେଇ ସାରା ଦେଶରେ ଜନ ଆକ୍ରୋଶ ଥମି ନ ଥିବାବେଳେ ଆଜି ଜଣେ ୧୮ ବର୍ଷର ଯୁବତୀଙ୍କୁ ଜଣେ ଅଟୋରିକ୍ସା ଡ୍ରାଇଭର ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି। ଗତ ୮ ତାରିଖ ଦିନ ଯୁବତୀ ଜଣଙ୍କ ସାଙ୍କର ସାନ ଭଉଣୀ (୧୦) ସହ ଜଣେ ସଂପର୍କୀୟଙ୍କ ଘରକୁ ଯିବାକୁ ବାହାରିଥିଲେ। ରାସ୍ତାରେ ସେମାନେ ବାଟ ଭୁଲି ଯିବା ପରେ ଜଣେ ଅଟୋ ଡ୍ରାଇଭରକୁ ସହାୟତା ମାଗିଥିଲେ। କିନ୍ତୁ ଅଟୋ ଡ୍ରାଇଭର ସେମାନଙ୍କୁ କୌଶଳକ୍ରମେ ନାମ୍‌ପାଲି ଅଂଚଳର ଏକ ଲଜ୍‌କୁ ନେଇ ଯାଇଥିଲା ଏବଂ ସେଠାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଜଣଙ୍କ ପରିବାର ସହ ଯୋଗାଯୋଗ କରିବାରେ ସକ୍ଷମ ହେବାପରେ ସେମାନଙ୍କୁ ଲଜ୍‌ରୁ ଉଦ୍ଧାର କରାଯାଇଛି। ଗତକାଲି ଏ ବାବଦରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ପୁଲିସରେ ଏତଲା ଦିଆଯିବା ପରେ ପୁଲିସ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe