ମାଲିକଙ୍କ ଠାରୁ ଗାଳି ଶୁଣିବା ପରେ ପ୍ଲାଟଫର୍ମର ବାଲକୋନିରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା

Advertisment
ମାଲିକଙ୍କ ଠାରୁ ଗାଳି ଶୁଣିବା ପରେ ପ୍ଲାଟଫର୍ମର ବାଲକୋନିରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା

ଫରିଦାବାଦ: ଫରିଦାବାଦର ସେକ୍ଟର ୨୮ ମେଟ୍ରୋ ଷ୍ଟେସନରେ ଗତ ଶନିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ହାଏ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ମହିଳାଙ୍କ ଏହି ଡ୍ରାମା ହେତୁ ଲୋକଙ୍କ ଯାତାୟାତରେ ବି ଅସୁବିଧା ହୋଇଥିଲା। ଘଟଣାସ୍ଥଳରେ ପୁଲିସ ଓ ସିଆଇଏସଏଫ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରିବା ପରେ ସେ ତଳକୁ ଓହ୍ଲାଇବା ପାଇଁ ରାଜି ହୋଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଯୁବତୀ ଜଣକ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେଠାରେ ତାଙ୍କ ମାଲିକ ସହିତ କୌଣସି କଥାକୁ ନେଇ ଯୁକ୍ତତର୍କ ହୋଇଥିଲା। ଏଥିରେ ଯୁବତୀ ଜଣକ ରାଗି ଯାଇ ସେକ୍ଟର ୨୮ ମେଟ୍ରୋ ଷ୍ଟେସନରେ ପହଞ୍ଚି ପ୍ଲାଟଫର୍ମରେ ଥିବା ବାଲକୋନିକୁ ଯାଇ ଆତ୍ମହତ୍ୟା ଧମକ ଦେଇଥିଲେ।

ଯୁବତୀ ଜଣକ ଦିଲ୍ଲୀର ନାଙ୍ଗଲୋଇରେ ବସବାସ କରୁଥିବା ବେଳେ ଫରିଦାବାଦରେ ଏକ ଏକ୍ସପୋର୍ଟ କମ୍ପାନିରେ କାମ କରୁଥିଲେ। ଫ୍ୟାକ୍ଟ୍ରି ଯାଞ୍ଚ ସମୟରେ ଏକ ନମୁନା ଫେଲ ହୋଇଯାଇଥିଲା। ଏଥିପାଇଁ ଯୁବତୀଙ୍କୁ ମାଲିକଙ୍କ ଠାରୁ ଗାଳି ବି ଶୁଣିବାକୁ ପଡ଼ିଥିଲା। ଗାଳି ଶୁଣିବା ପରେ ଯୁବତୀ ଜଣକ ଘରକୁ ଯିବାକୁ ଥିବା ମେଟ୍ରୋ ଷ୍ଟେସନ ଅଭିମୁଖେ ଯାଇ ସେକ୍ଟର ୨୮ରେ ପହଞ୍ଚି ସିଧା ପ୍ଲାଟଫର୍ମର ଏକ ବାଲକୋନିକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe