ପ୍ରେମିକ ପାଇଁ ପ୍ରେମିକା ସାଜିଲା ଚୋର, କଲା ଏଭଳି କାମ

Advertisment

ମେରଠ: ଉତ୍ତରପ୍ରଦେଶର ମେରଠସ୍ଥିତ ଗୋବିନ୍ଦ ପ୍ଲାଜା ଫାଇନାନ୍ସ କମ୍ପାନିରୁ ହୋଇଥିବା ଦୁଇଲକ୍ଷ ଟଙ୍କାର ଚୋରି ଘଟଣାକୁ ନେଇ ପୁଲିସ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ଏହି ଘଟଣା ପରେ ପୁଲିସ ଫାଇନାନ୍ସ କମ୍ପାନିରେ କାମ କରୁଥିବା ଜଣେ ଯୁବତୀକୁ ଗିରଫ କରି ନେଇଛି। ଗିରଫ ଯୁବତୀକୁ ପଚରାଉଚରା ସମୟରେ ପୁଲିସକୁ କହିଥିଲା କି ସେ ନିଜ ପ୍ରେମିକର ଇଚ୍ଛା ପୂରଣ ପାଇଁ ଏଭଳି ପଦକ୍ଷେପ ନେଇଛି।

publive-image

ସୂଚନାଯୋଗ୍ୟ, ଏଭଳି ଏକ ମାମଲା ମେରଠର ଲାଲକୁର୍ତି ଥାନା ଅଞ୍ଚଳରେ ଘଟିଛି। ଯୁବତୀ ଗୋବିନ୍ଦ ପ୍ଲାଜାସ୍ଥିତ ଫାଇନେନ୍ସ କମ୍ପାନିରେ କାମ କରେ। ଅଭିଯୋଗ ହୋଇଛି କି ଗତ କିଛି ମାସ ହେବ କମ୍ପାନିର ଅଫିସ୍‌ରୁ ଟଙ୍କା ଚୋରି ହେଉଥିଲା। ରବିବାର କମ୍ପାନିର ପରିଚାଳକ ସେଫରେ କିଛି ଟଙ୍କା ରଖିଥିଲେ। ସେ କିଛିସମୟ ପରେ ଆସି ସେହି ଟଙ୍କାକୁ ଗଣିବା ପରେ ସେଥିରୁ ପାଖାପାଖି ସାଢ଼େ ଚାରି ହଜାର ଟଙ୍କା କମ୍‌ ଥିଲା। ଏହି ଘଟଣା ନେଇ ଯୁବତୀଙ୍କୁ ପଚାରିଥିଲେ ହେଁ ସେ ସନ୍ତୋଷଜନକ ଉତ୍ତର ପାଇ ନଥିଲେ। ତେଣୁ ସନ୍ଦେହ ହେବାରୁ ଯୁବତୀଙ୍କ ବିରୋଧରେ କମ୍ପାନି ପରିଚାଳକ ପୁଲିସ୍‌ରେ କରିଥିଲେ। ଅଭିଯାଗ କ୍ରମେ ପୁଲିସ ଯୁବତୀକୁ ବିଚାରବିଭାଗୟ ହେପାଜତକୁ ନେଇଛି।

publive-image

ଯୁବତୀ ପୁଲିସ ନିକଟର ସ୍ୱୀକାର କହିଥିଲା କି ସେ ତାର ପ୍ରେମିକ ସାହାଯ୍ୟରେ ସେଫ୍‌ର ଏକ ନକଲି ଚାବି ବନାଇ ଥିଲା। ଏହାକୁ ଅଧାର କରି ଏଯାବତ ସେ କମ୍ପାନିରୁ ୨ଲକ୍ଷ ଟଙ୍କା ଚୋରି କରି ସାରିଛି। ଏହି ଚୋରି ଟଙ୍କା ସେ ନିଜ ପ୍ରେମିକ ପାଇଁ ଖର୍ଚ୍ଚ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe