ସ୍ତ୍ରୀଙ୍କ ଆଧାରକାର୍ଡରେ ପ୍ରେମିକାଙ୍କୁ ହୋଟେଲକୁ ନେଇଥିବା ବ୍ୟବସାୟୀଙ୍କ ମୃତ୍ୟୁ

ମିଟିଂରେ ଲକ୍ଷ୍ମୌ ଆସିଥିବା ବ୍ୟବସାୟୀ ସ୍ତ୍ରୀଙ୍କ ଆଧାରକାର୍ଡ ଜରିଆରେ ପ୍ରେମିକାଙ୍କୁ ହୋଟେଲରେ କରାଇଥିଲେ ପ୍ରବେଶ। ସନ୍ଦିଗ୍ଧ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ। ମୃତଦେହକୁ ଉଦ୍ଧାର କରି ଯାଞ୍ଚ କରୁଛି ପୁଲିସ।

yuy

ଲ‌କ୍ଷ୍ମୌ: ଲ‌କ୍ଷ୍ମୌର ଚିନହଟସ୍ଥିତ ଏକ ହୋ‌ଟେଲର ରୁମ ନମ୍ବର ୨୦୮ରୁ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି। ମୃତ ବ୍ୟବସାୟୀଙ୍କ ନାମ ନିଲେଶ ଭଣ୍ଡାରି ସେ ରାଜସ୍ଥ‌ାନର ଜାଲୋରରେ ବସବାସ କରୁଥିବା ଜଣାପଡ଼ିଛି।

ଅଧିକପଢ଼ନ୍ତୁ:ଜୀବନ ବଞ୍ଚାଇଥିବା ଅଟୋ ଚାଳକଙ୍କୁ ଆଲିଙ୍ଗନ କଲେ ସୈଫ୍‌

ପ୍ରାପ୍ତ ସୂଚନା ଅନୁସାରେ, ନିଲେଶଙ୍କ ବେଙ୍ଗାଲୁରୁ ଓ ସୁରଟରେ ବ୍ୟବସାୟ ଥିଲା।  ନିଲେଶଙ୍କ ନିକଟରେ ଏକ ମିଟିଂ ଥିଲା। ତେଣୁ ସେ ଲକ୍ଷ୍ମୌ ଆସିଥିଲେ। ଏହି ସମୟରେ ସେ ତାଙ୍କ ମହିଳା ସାଙ୍ଗଙ୍କ ସହିତ ଦୁଇଦିନ ହୋଟେଲରେ ରହିଥିଲେ। ଗତ ସୋମବାର ନିଲେଶଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ନେଇ ହୋ‌ଟେଲ କର୍ମଚାରୀ ପୁଲିସକୁ ‌ଫୋନ କରି ଜଣାଇଥିଲେ।

ପୁଲିସକୁ ସୂଚନା ଦିଆଯାଇ କୁହାଯାଇଥିଲା କି, ନିଲେଶ ଗାଧୁଆଘରେ ପଡ଼ିଯାଇ ଅଚେତ ହୋଇଯାଇଛନ୍ତି। ହସ୍ପିଟାଲ ନେବାପରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

ପୁଲିସ କରୁଥିବା ଯାଞ୍ଚରୁ ଜଣାପଡ଼ିଛି, ବ୍ୟବସାୟୀ ନିଲେଶ ତାଙ୍କ ସ୍ତ୍ରୀଙ୍କ ଆଧାରକାର୍ଡ ଜରିଆରେ ପ୍ରେମିକାଙ୍କୁ ହୋଟେଲରେ ପ୍ରବେଶ କରାଇଥିଲେ। ନି‌ଲେଶଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ସମୟରେ ପୁଲିସ ମୃତକଙ୍କ ସ୍ତ୍ରୀଙ୍କ ଆଧାରକାର୍ଡ ପାଇଛି।।

ଅଧିକପଢ଼ନ୍ତୁ:ଯୌତୁକ ବାବଦକୁ ନୀରଜ ଗ୍ରହଣ କରିଛନ୍ତି ଏତିକି ଟଙ୍କା

ପୁଲିସକୁ ଦେଖି ବ୍ୟବସାୟୀଙ୍କ ସହିତ କୋଠରିରେ ଥିବା  ମହିଳା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ହୋଟେଲର ସିସିଟିଭିର ଡିଭିଆରକୁ ଜବତ କରି ଫୁଟେଜଗୁଡ଼ିକୁ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe