ମଙ୍ଗଳସୂତ୍ରକୁ କୁକୁରକୁ ବାନ୍ଧି ରଖିବା ପାଇଁ ବ୍ୟବହୃତ ଚେନ୍‌ ସହ ତୁଳନାରେ କରି ଅଡୁଆରେ ଅଧ୍ୟ‌ାପିକା

Advertisment
ମଙ୍ଗଳସୂତ୍ରକୁ କୁକୁରକୁ ବାନ୍ଧି ରଖିବା ପାଇଁ ବ୍ୟବହୃତ ଚେନ୍‌ ସହ ତୁଳନାରେ କରି ଅଡୁଆରେ ଅଧ୍ୟ‌ାପିକା

Times Now

ପାଣାଜି: ସୋସିଆଲ୍‌ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ରେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବା ପରି ଏକ ପୋଷ୍ଟ କରି ଅଡୁଆରେ ଗୋଆର ଜଣେ ଅଧ୍ୟାପିକା। ସେ ହିନ୍ଦୁ ଧର୍ମର ପବିତ୍ର ମଙ୍ଗଳସୂତ୍ରକୁ କୁକୁରକୁ ବାନ୍ଧି ରଖିବା ପରି ଏକ ଶୃଙ୍ଖଳିତ ଚେନ୍‌ ସହ ତୁଳନା କରି ବିବାଦରେ ଘେରି ହୋଇ ଯାଇଛନ୍ତି।

ରାଷ୍ଟ୍ରୀୟ ହିନ୍ଦୁ ଯୁବ ବାହିନୀ ପକ୍ଷରୁ ହୋଇଥିବା ଏକ ଅଭିଯୋଗ ଆଧାରରେ ଗୋଆ ପୁଲିସ୍‌ ଅଧ୍ୟାପିକାଙ୍କ ବି‌ରୋଧରେ ଏକ ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତା ଜଣକ ହେଉଛନ୍ତି ପାଣାଜିରେ ଥିବା ଭିଏମ୍‌ ସାଲଗାଓକାର କଲେଜ ଅଫ୍‌ ଲ’ର ଅଧ୍ୟାପିକା ଶିଳ୍ପା ସିଂହ। ରାଷ୍ଟ୍ରୀୟ ହିନ୍ଦୁ ଯୁବ ବାହିନୀର ରାଜୀବ ଝା ନାମକ ଜଣେ ସଦସ୍ୟଙ୍କ ଅଭିଯୋଗକୁ ଭିତ୍ତି କରି ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

ଶିଳ୍ପା ସିଂଙ୍କୁ ଆଇପିସି ଧାରା ୨୯୫-ଏ (ଉଦ୍ଦେଶ୍ୟମୂଳକ ଭାବେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବା କାରଣରୁ ) ଅନୁଯାୟୀ ବୁକ୍‌ କରାଯାଇଛି। ଅନ୍ୟପକ୍ଷରେ, ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ ହେବାର କିଛି ଘଣ୍ଟା ପୂର୍ବରୁ ଶିଳ୍ପା ସିଂ ଫେସବୁକରେ କ୍ଷମା ମାଗିଛନ୍ତି। ସେ ଅନ୍ୟ ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ମୋ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ଅପମାନିତ ଅନୁଭବ କରିଥିବା ଅନ୍ୟ ମହିଳାମାନଙ୍କୁ ମୁଁ କ୍ଷମା ମାଗୁଛି। ପିଲାଟି ଦିନରୁ ମୋ ମନରେ ଏଇ ଗୋଟାଏ ପ୍ରଶ୍ନ ସବୁବେଳେ ଉଙ୍କି ମାରୁଥାଏ ଯେ ବିବାହିତା ମହିଳାଙ୍କ ଭଳି ପୁରୁଷମାନଙ୍କର କାହିଁକି ସେପରି କିଛି ଚିହ୍ନ ନାହିଁ, ଯାହାକୁ ଦେଖି ଆମେ ଜଣେ ପୁରୁଷଙ୍କୁ ବିବାହତ ବୋଲି କହିପାରିବା। ସେହି କୌତୂହଳକୁ ନେଇ ମୁଁ ଏପରି ଲେଖିଦେଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe