ଦିଲ୍ଲୀ ଅପରାଧ ସାମ୍ରାଜ୍ୟର ‘ଗଡ୍‌ମଦର’

Advertisment

ବସିରାନ୍‌: ଜାମିନ୍‌ରେ ଆସି କଲା ହତ୍ୟା

ବସିରାନ୍‌: ଜାମିନ୍‌ରେ ଆସି କଲା ହତ୍ୟା

ଦିଲ୍ଲୀ ଅପରାଧ ସାମ୍ରାଜ୍ୟର ‘ଗଡ୍‌ମଦର’

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଅପରାଧ ସାମ୍ରାଜ୍ୟରେ ‘ଗଡ୍‌ମଦର’ ରୂପେ ପରିଚିତା ୬୨ ବର୍ଷୀୟା ବସିରାନ୍‌ ନାମ୍ନୀ ଜନୈକା ମହିଳା ହତ୍ୟା ଏବଂ ଅପହରଣ ପରି ସଙ୍ଗୀନ୍‌ ଅପରାଧରେ ଜଡ଼ିତ ହୋଇପଡ଼ିବା ପରେ ଏବେ ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ଫେରାର୍‌ ହୋଇଯାଇଥିବା ପୋଲିସ୍‌ ସୂତ୍ରରୁ ପ୍ରକାଶ। ପୂର୍ବରୁ ଏକାଧିକ ସଙ୍ଗୀନ୍‌ ଅପରାଧରେ ସଂପୃକ୍ତ ଥାଇ ଜେଲ୍‌ରେ ଥିବା ବସିରାନ୍‌ ଦୁଇମାସ ତଳେ ଜାମିନ୍‌ରେ ଆସିଥିବା ବେଳେ ପୁନର୍ବାର ଏହି ଅପରାଧ ଘଟାଇ ଫେରାର୍‌ ହୋଇ ଯାଇଛି। ବସିରାନ୍‌କୁ ଗିରଫ କରିବା ପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଏବେ ବ୍ୟାପକ ଉଦ୍ଦ୍ୟମ ଆରମ୍ଭ କରିଛି।

publive-image

ଦିଲ୍ଲୀ ପୋଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଦକ୍ଷିଣ ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ରହୁଥିବା ବସିରାନ୍‌ଙ୍କ ପରିବାର ହେଉଛି ଦିଲ୍ଲୀର ସବୁଠାରୁ ବଡ଼ ଅପରାଧୀ ପରିବାର। ବସିରାନ୍‌ଙ୍କ ଜନୈକ ନାବାଳକ ପୁତ୍ର ସମେତ ସାତ ପୁତ୍ରଙ୍କ ନାମରେ ପୁଲିସ୍‌ ନିକଟରେ ଶତାଧିକ ସଙ୍ଗୀନ୍‌ ଅଭିଯୋଗ ରହିଛି। ମଦ ଚୋରାବେପାର ଠାରୁ ଆରମ୍ଭ ଡକାୟତି, ଅପହରଣ, ଲୁଟ୍‌, ବଟିଆଦାୟ, ମୁଣ୍ଡଜାମିନ୍‌ ରଖି ଅର୍ଥ ଆଦାୟ, ହତ୍ୟା ପ୍ରଭୃତି ବିଭିନ୍ନ ଅପରାଧରେ ବସିରାନ୍‌ ଓ ତା’ପୁତ୍ରମାନେ ସିଧାସଳଖ ସଂପୃକ୍ତ। ଏମାନେ ଏବେ ସମସ୍ତେ ଜେଲ୍‌ରେ ଅଛନ୍ତି।

publive-image

ତେବେ, ଦୁଇମାସ ପୂର୍ବେ ବସିରାନ୍‌ ଜାମିନ୍‌ରେ ଜେଲ୍‌ରୁ ଆସିଥିଲା। ତେବେ, ଜାମିନ୍‌ରେ ବସିରାନ୍‌ ଆସିଥିବା ବେଳେ, ତା’ ପୁଅର ଜାମିନ୍‌ ପାଇଁ ଦରକାର ପଡ଼ୁଥିବା ୬୦ ହଜାର ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଜଣଙ୍କୁ ଅପହରଣ ଓ ହତ୍ୟା କରିବା ପାଇଁ ୧ ଏକ ୮୦ ହଜାର ଟଙ୍କାର ଚୁକ୍ତି କରି ୬୦ ହଜାର ଟଙ୍କା ଅଗ୍ରୀମ ନେଇଥିଲା।। ପରେ ଚୁକ୍ତି ଅନୁଯାୟୀ ସେ ଓ ତା’ର ସହଯୋଗୀମାନେ ମିଶି ମୁନ୍ନୀ ବେଗମ୍‌ ନାମ୍ନୀ ଜନୈକା ମହିଳାଙ୍କ ଭାଇକୁ ହତ୍ୟା କରିବା ପରେ ବସିରାନ୍‌ ଫେରାର୍‌ ହୋଇଯାଇଛି। ଏହି ହତ୍ୟା ଘଟଣାରେ ବସିରାନ୍‌ ସଂପୃକ୍ତା ଥିବା ଜାଣିବା ପରେ ପୋଲିସ୍‌ ଏବେ ତା’କୁ ଗିରଫ କରିବାକୁ ଖୋଜୁଥିବା ବେଳେ ସେ ଫେରାର୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe