ବିବାହ ପାଇଁ ଯାଉଥିବା ସମୟରେ ବର ବେକରୁ ଟଙ୍କା ମାଳ ଓ ‌ସୁନା ଚେନ ଲୁଟି ନେଲେ ଦୁବୃର୍ତ୍ତ

ବିବାହ ପାଇଁ ଯାଉଥିବା ସମୟରେ ବର ବେକରୁ ଟଙ୍କା ମାଳ ଓ ‌ସୁନା ଚେନ ଲୁଟି ନେଲେ ଦୁବୃର୍ତ୍ତ

ନୂଆଦିଲ୍ଲୀ: ସାଧାରଣତଃ ବିବାହରେ ଏକ ଉତ୍ସବର ପରିବେଶ ଥାଏ ଏବଂ ଗୀତନାଚରେ ସମସ୍ତେ ମସଗୁଲ ରହିଥାଆନ୍ତି। ତେବେ ଏଭଳି ସମୟରେ ଚୋର ଏବଂ ଲୁଟେରା ଫାଇଦା ଉଠାଉ ଥିବାର ଅନେକ ଘଟଣା ନିକଟରେ ସାମ୍ନାକୁ ଆସିଛି। ଲୁଟେରା ବରଯାତ୍ରୀଙ୍କୁ ନାଚ ଗୀତରେ ବ୍ୟସ୍ତ ଥିବା‌ ଦେଖି ବର ଓ ବରଯାତ୍ରୀଙ୍କ ଠାରୁ ଅନେକ ଟଙ୍କା ଓ ଗହଣା ଲୁଟି ନେଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏମିତି ଏକ ଘଟଣା ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଘଟିଛି। ଏଠାରେ ରାତି ୧୦ଟାରେ ବ୍ୟାଣ୍ଡ ବାଜା ସହିତ ବରଯାତ୍ରୀ ବିବାହ ଆୟୋଜିତ ହୋଇଥିବା ସ୍ଥାନକୁ ଯାଉଥିଲେ। ଏହି ସମୟରେ ମେଟ୍ରୋ ପିଲର ସଂଖ୍ୟା ୫୫୬ ନିକଟରେ ତିନିଜଣ ଲୁଟେରା ବର ‌ବେକରୁ ଟଙ୍କା ମାଳ ଓ ସୁନା ଚେନ ଲୁଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

 दूल्हे की माला और सोने की चेन ले उड़े झपटमार

ଦିଲ୍ଲୀରେ ଗତ ୪୮ଘଣ୍ଟା ମଧ୍ୟରେ ଏହା ଦ୍ବିତୀୟ ମାମଲା। ଦ୍ବିତୀୟ ଘଟଣାରେ ବି ବରଯାତ୍ରୀ ଯେତେବେଳେ ନାଚଗୀତରେ ବ୍ୟସ୍ତ ଥିଲେ ଲୁଟେରା ବର ବେକରୁ ଦାମିକା ସୁନା ଚେନ ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଲୁଟର ଶିକାର ହେବା ପରେ ବରପକ୍ଷ ପୁଲିସରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe