ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଚୋରା ସୁନା ଜବତ

ଭୁବନେଶ୍ୱର ବିମାନବନ୍ଦରରେ ପୁଣି ଚୋରା ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ନିୟୋଜିତ କଷ୍ଟମ୍ସ ଅଧିକାରୀମାନେ ଆଜି ଜଣେ ଯାତ୍ରୀଙ୍କ ଠାରୁ ୧୭୦ ଗ୍ରାମ ଓଜନର ଚୋରା ସୁନା ଜବତ କରିଛନ୍ତି। ଏହି ଘଟଣାରେ କଷ୍ଟମ ବିଭାଗ ତାମିଲନାଡୁର ଜଣେ ଯାତ୍ରୀଙ୍କୁ ଅଟକ ରଖିଛି।ଏହି ଯାତ୍ରୀ ଜଣକ ମାଲେସିଆର ରାଜଧାନୀ କ୍ୱାଲାଲୁମ୍ପୁରରୁ ଏହି ସୁନା ଭାରତକୁ ଆଣୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଯାଞ୍ଚ କରି କଷ୍ଟମ ବିଭାଗ ତାଙ୍କ ଠାରୁ ଏହି ସୁନା ଜବତ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ସାଢ଼େ ୫ ଲକ୍ଷ ଟଙ୍କା ହେବ ବୋଲିି ଆକଳନ କରାଯାଉଛି
ସୂଚନାଯୋଗ୍ୟ ଯେ ଆର୍ନ୍ତଜାତିକ ବିମାନସେବା ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନନ୍ଦରରୁ ଆରମ୍ଭ ହେବା ପରଠାରୁ ଚୋରାସୁନା ବେପାରିମାନେ ଏହାକୁ ସନା ଚୋରା କାରବାରର ଏକ ସହଜ ବିମାନବନ୍ଦର ଭାବେ ଧରି ନେଇଛନ୍ତି। ଇତିମଧ୍ୟରେ ପ୍ରାୟେ ୧୦ଟିରୁ ଅଧିକ ମାମଲାରେ କଷ୍ଟମ ବିଭାଗ ପ୍ରାୟ ୧୦କୋଟିରୁ ଉର୍ଧ୍ୱ ଟଙ୍କାର ଚୋରା ସୁନା ଜବତ କରି ସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଧରାପଡ଼ିଥିବା ଅଧିକାଂଶ ଚୋରା ସୁନା କ୍ୱାଲାଲାମ୍ପୁରୁ ହିଁ ଭାରତକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଦେଇ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe