କୋରାପୁଟରେ ସଶସ୍ତ୍ର ଡକାୟତି: ୧୫ ଭରି ସୁନା ସହ ଦେଢ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

Advertisment
ଯାଜପୁର: ୫ ଲକ୍ଷ ଲୁଟ୍ ଉଦ୍ୟମ, ୨ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ

.jagran.com

କୋରାପୁଟ: ପୁଣି ମାତିଛନ୍ତି ଲୁଟେରା। ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ବୋରିଗୁମ୍ମା ରାସ୍ତାରେ ଏକ ଗାଡିକୁ ଅଟକାଇ ୧୫ ଭରି ସୁନା ସହ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଥିନେଇ କୋରାପୁଟ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି। ସନ୍ଦେହରେ ଜଣଙ୍କୁ ଅଟକି ରଖି ପୁଲିସ ପଚରାଉଚୁରା କରୁଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇନି।

ବିଜୟନଗରମରୁ ଏକ ପରିବାର ବୁଧବାର ବିଳମ୍ବିତ ରାତିରେ କୋରାପୁଟରୁ ରାଣିଗଡ଼ ଦେଇ ବୋରିଗୁମା ଯାଇଥିବା ରାସ୍ତାରେ ବୋରିଗୁମ୍ମା ଯାଉଥିଲେ। ବୋରିଗୁମ୍ମାରେ ବାହା ହେବା ପାଇଁ ଏହି ଗାଡିରେ କନ୍ୟାବ ଆସୁଥିଲାବେଳେ କୋରାପୁଟ ସଦର ଥାନା ଅନ୍ତର୍ଗତ ଘୋଡାଦର ଛକ ନିକଟରେ ଗାଡିକୁ କିଛି ଦୁର୍ବୁତ୍ତ ଅଟକାଇଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗାଡିରେ ବସିଥିବା ଲୋକଙ୍କ ଡରାଇବା ସହ ସେମାନଙ୍କ ପାଖରୁ ସୁନା ଅଳଙ୍କାର ସବୁ ଲୁଟି ନେଇଥିଲେ। ଏହା ସହ ସେମାନଙ୍କ ପାଖରେ ଥିବା ନଗଦ ଦେଢ ଲକ୍ଷ ଟଙ୍କା ନେଇ ଯାଇଥିଲେଯ ଦୁର୍ବୁତ୍ତମାନେ ବନ୍ଧୁକ ସହ ଭୁଜାଲି ଓ ରଡ ଦେଖାଇବାରୁ ଏମାନେ ପ୍ରତିରୋଧ କରି ପାରି ନ ଥିଲେ। ଏପରିକି ସେମାନେ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ।

ଡକାୟତିର ଶିକାର ହୋଇଥିବା ପରିବାର ପକ୍ଷରୁ ଆଜି ସକାଳେ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛିଯ ଏହି ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି। ପୁଲିସ ଟିମ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆଖପାଖ ଲୋକଙ୍କୁ ପଚରାଉଚୁରା କରିଛି। ପୁଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଛି। ଘଟଣାର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଥିବାବେଳେ ଲୁଟେରା କିମ୍ବା ଲୁଟ ସାମଗ୍ରୀର କିଛି ଖୋଜ ଖବର ମିଳିନି। ଅପରପକ୍ଷରେ ଏହି ଡକାୟତି ସ୍ଥାନୀୟ ଅଂଚଳରେ ଝନକା ସୃଷ୍ଟି କରିଛି। ରାସ୍ତା ଭଲ ଥିବାରୁ ଏହି ରାସ୍ତାରେ ବହୁ ଲୋକ ଯିବା ଆସିବା କରୁଥିଲାବେଳେ ଏମିତି ଡକାୟତି ଏବେ ଚିନ୍ତା ବଢାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe