ଟ୍ରାଫିକ ପୁଲିସ ବ୍ୟବହାର କରୁଥିଲେ ସୁନାର ଶୌଚାଳୟ

ଟ୍ରାଫିକ ପୁଲିସ ବ୍ୟବହାର କରୁଥିଲେ ସୁନାର ଶୌଚାଳୟ

ନୂଆଦିଲ୍ଲୀ: ରୁଷ ଅଧିକାରୀ ଲାଞ୍ଚ କାରବାର ହେଉଥିବା ଏକ ବଡ଼ ଘଟଣାର ପର୍ଦାଫାସ କରିଛନ୍ତି। ଏଥିରେ ଅନେକ ଟ୍ରାଫିକ ପୁଲିସ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାର ସାମିଲ ଥିବା ଟ୍ରାଫିଲ ପୁଲିସଙ୍କ ମଧ୍ୟରୁ ଜଣେ ଟ୍ରାଫିକ ପୁଲିସଙ୍କ ଘରେ ସୁନାର ଶୌଚାଳୟ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣାରେ ସମ୍ପୃକ୍ତ ଥିବା କର୍ନଲ ଓଲେକ୍ସି ସଫୋନୋବଙ୍କୁ ବିଚାରବିଭଗୀୟ ହେପାଜତକୁ ନିଆଯାଇଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୧୫ବର୍ଷରୁ ଅଧିକ ଜେଲଦଣ୍ଡ ବି ହୋଇପାରେ।

ଯାଞ୍ଚ ସମିତି ସଫୋନୋବଙ୍କ ବାସଭବନର ବାହାର ଓ ଭିତରର ଏକ ଫୁଟେଜ ସେୟାର କରିଛନ୍ତି। ଏହି ଭିଡିଓରେ ଘରେ ଥିବା ସାମଗ୍ରୀ ଓ ୱାଲ ଆର୍ଟ ଦେଖିବାକୁ ମିଳିଛି। ଏଥିସହିତ ରୋଷେଇ ଘର ଦ୍ବାର ଓ ଟେବୁଲ ଚୌକି ବି ସୁନାରେ ତିଆରି ହୋଇଥିବା ନଜରକୁ ଆସୁଛି।

ପ୍ରକାଶିତ ରିପୋର୍ଟ ମୁତାବକ, ସଫୋନୋବ ଓ ତାଙ୍କ ସହିତ ଥିବା ୬ଜଣ କର୍ମଚାରୀ ବେଆଇନ ଭାବେ ଭାରି ବାହାନ ଚାଳନ ପାଇଁ ନକଲି ପରମିଟ ଦେବା ବଦଳରେ ଲାଞ୍ଚ  ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା।  କିଛିବର୍ଷ ମଧ୍ୟରେ ଏମାନେ  ୧.୯୨ କୋଟି ଟଙ୍କା ପାଖାପାଖି ଲାଞ୍ଚ ନେଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe