ଗଣଦୁଷ୍କର୍ମର ଅଭିଯୋଗ କରିବାକୁ ଯାଇଥିବା ନାବାଳିକାକୁ ଦୁଷ୍କର୍ମ କଲେ ପୁଲିସ କର୍ମଚାରୀ

ଗଣଦୁଷ୍କର୍ମର ଅଭିଯୋଗ କରିବାକୁ ଯାଇଥିବା ନାବାଳିକାକୁ ଦୁଷ୍କର୍ମ କଲେ ପୁଲିସ କର୍ମଚାରୀ

indiatoday

ଲଲିତପୁର(ଉତ୍ତରପ୍ରଦେଶ): ଗଣଦୁଷ୍କର୍ମର ଅଭିଯୋଗ କରିବାକୁ ଯାଇଥିବା ନାବାଳିକା ହେଲେ ଦୁଷ୍କର୍ମର ଶିକାର। ବୟାନ ରେକର୍ଡ କରିବାକୁ ଡାକି ଦୁଷ୍କର୍ମ କଲେ ‌ପୁଲିସ ଷ୍ଟେସନ ଇନଚାର୍ଜ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଲଲିତପୁରରେ। ଏହି ଘଟଣା ପାଇଁ ଏବେ ଷ୍ଟେସନ ଇନଚାର୍ଜଙ୍କୁ ନିଲମ୍ବିତ କରାଯାଇଛି।

ଲଲିତପୁର ଜିଲ୍ଲା ପୁଲିସ ଅଧୀକ୍ଷକ ନିଖିଲ ପଠକ କହିଛନ୍ତି ଯେ ପାଲିରେ ରହୁଥିବା ଚାରିଜଣ ବାଳକ ୧୩ ବର୍ଷର ନାବାଳିକାକୁ ପ୍ରଲୋଭିତ କରି ଏପ୍ରିଲ ୨୨ରେ ଭୋପାଳକୁ ନେଇ ଯାଇଥିଲେ ଯେଉଁଠାରେ ସେମାନେ ତାଙ୍କ ସହ ତିନି ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ପରେ ଚାରିଜଣ ଅଭିଯୁକ୍ତ ଲଲିତପୁରର ପାଲିକୁ ଆସି ପାଲି ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ତିଲକଧାରୀ ସରୋଜଙ୍କ ହାତରେ ପୀଡ଼ିତାଙ୍କୁ ହସ୍ତାନ୍ତର କରିବା ସହ ସେଠାରୁ ଖସି ପଳାଇ ଯାଇଥିଲେ। ଏହା ପରେ ତିଲକଧାରୀ ପୀଡ଼ିତାଙ୍କୁ ତାଙ୍କ ସଂପର୍କୀୟଙ୍କ ସହିତ ଚାଇଲ୍ଡ ଲାଇନ ସେଣ୍ଟରକୁ ପଠାଇଥିଲେ। ଦୁଇ ଦିନ ପରେ, ତିଲକଧାରୀ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଘଟଣାରେ ବୟାନ ରେକର୍ଡ ପାଇଁ ଡାକି ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଏହି ଘଟଣା ପରେ ପୀଡ଼ିତାଙ୍କୁ ପୁଣି ଚାଇଲ୍ଡ ଲାଇନ ସେଣ୍ଟରକୁ ପଠାଇଦିଆଯାଇଥିଲା। ସେଠାରେ ତାଙ୍କର କାଉନସିଲିଂ ଚାଲିଥିବା ବେଳେ ପୀଡ଼ିତା ସବୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ଚାଇଲ୍ଡ ଲାଇନ ସେଣ୍ଟର ପକ୍ଷରୁ ତିଲକଧାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe