aajtak.intoday.in
ହଜାରିବାଗ୍: ହ୍ବାଟସଆପ୍ ବ୍ୟବହାର କରୁଥିବା ଲୋକେ ସକାଳୁ ସକାଳୁ ନିଜ ବନ୍ଧୁ ପରିଜନମାନଙ୍କୁ ଶୁଭ ସକାଳ ଲେଖି ମେସେଜ ପଠାଇଥାନ୍ତି, ଯାହା ଅତି ସାଧାରଣ। ଆଜି କାଲି ଏଭଳି ସମସ୍ତେ କରୁଥିବା ବେଳେ ଝାଡ଼ଖଣ୍ଡର ହଜାରିବାଗରେ ସାମାନ୍ୟ ଶୁଭ ସକାଳ ମେସେଜ ପାଇଁ ଜଣଙ୍କ ଜୀବନ ଚାଲିଯାଇଛି।
ହଜାରିବାଗର ସୁଲତାନା ଗାଁରେ ରହୁଥିବା ସଲମାନଙ୍କୁ ତାଙ୍କ ଗାଁର ଜଣେ ମହିଳା ଶୁଭ ସକାଳ ମେସେଜ ପଠାଇଥିଲେ। ଯାହାର ପ୍ରତିକ୍ରିୟା ରଖିଥିଲେ ସଲମାନ। ମହିଳାଙ୍କ ବିବାହ ହଜାରିବାଗ ସହରରେ ହୋଇଥିବା ବେଳେ ତାଙ୍କ ସ୍ବାମୀ ଏହି ମେସେଜ ଦେଖି ରାଗିଯିବା ସହ ସଲମାନଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି। ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ। ଅଭିଯୁକ୍ତର ନାଁ ଫୈଜଲ ବୋଲି ଚିହ୍ନଟ କରାଯାଇଛି।
aajtak.intoday.inସୂଚନା ମୁତାବକ, ସୁଲତାନାରେ ରହୁଥିବା ସଲମାନଙ୍କୁ ଜଣେ ମହିଳା ଶୁଭ ସକାଳ ମେସେଜ ପଠାଇଥିଲେ। ଏହି ମେସେଜଟିକୁ ପଢ଼ିଥିଲେ ସଲମାନଙ୍କ ପତ୍ନୀ। ୧୫ଦିନ ତଳେ ସଲମାନଙ୍କ ବିବାହ ହୋଇଥିବା ବେଳେ ଗାଁର ଝିଅ ବୋଲି ଜାଣି ତାଙ୍କ ପତ୍ନୀ ଆସିଥିବା ମେସେଜର ପ୍ରତିକ୍ରିୟା ଦେଇଥିଲେ। କିନ୍ତୁ ତାଙ୍କୁ ଜଣା ନଥିଲା ଏହା ତାଙ୍କ ସ୍ବାମୀଙ୍କ ଜୀବନ ନେଇଯିବ। ପତ୍ନୀଙ୍କ ଫୋନକୁ ସଲମାନଙ୍କ ନମ୍ବରରୁ ମେସେଜ୍ ଯିବା ପରେ ଅଭିଯୁକ୍ତ ଫୈଜଲ ରାଗରେ ସୁଲତାନାରେ ଥିବା ନିଜ ଶଶୁର ଘରକୁ ଆସି ଏ ବିଷୟରେ ଜଣାଇଥିଲେ। ପରେ ଶଶୁର ଘର ଲୋକଙ୍କ ସହ ମିଶି ଫୈଜଲ କଥାର ସମାଧାନ ପାଇଁ ସଲମାନ ଘରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ସମାଧାନ ପରିବର୍ତ୍ତେ ପରସ୍ପର ମଧ୍ୟରେ ବଚସା ଆରମ୍ଭ ହୋଇ ଯାଇଥିଲା। କିଛି ସମୟର କଥାବାର୍ତ୍ତା ପରେ ରାଗରେ ଫୈଜଲ ସଲମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଘଟଣା ପରେ ସଲମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us