ଚଳନ୍ତା ଟ୍ରେନରୁ ଦେଖନ୍ତୁ କିଭଳି ବିପଦପୂର୍ଣ୍ଣ ଭାବେ ତେଲ ଚୋରି କରୁଛନ୍ତି କିଛି ବାଳକ

ଚଳନ୍ତା ଟ୍ରେନରୁ ଦେଖନ୍ତୁ କିଭଳି ବିପଦପୂର୍ଣ୍ଣ ଭାବେ ତେଲ ଚୋରି କରୁଛନ୍ତି କିଛି ବାଳକ

ପାଟନା : ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କିଛି ବାଳକଙ୍କୁ ଚଳନ୍ତା ଟ୍ରେନରୁ ତେଲ ଚୋରି କରୁଥିବାର ଦେଖିବାକୁ ମିଳୁଛି।

ବାଳକମାନେ ପାଟନାର ଏକ ପ୍ରଶାସନିକ ଅନୁମଣ୍ଡଳ ବିହଟା ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କରିଥିଲେ। ଏହାପରେ ଏଥିରୁ ତେଲ ଚୋରି କରିଥିଲେ। ଭିଡିଓକୁ ଜଣେ ଟ୍ୱିଟର ୟୁଜର ପୋଷ୍ଟ କରିଛନ୍ତି ଓ ଉଲ୍ଲେଖ କରିଛନ୍ତି ଯେ ବିହାରରେ ଚଳନ୍ତା ଟ୍ରେନରୁ ତେଲ ଚୋରି ହେଉଛି।

ଉଲ୍ଲେଖଯୋଗ୍ୟ ଯେ ଏହି ଭିଡିଓଟି ବିହାର ପାଟନା ଜିଲ୍ଲା ବିହଟା ନଗରରୁ ଆସିଛି ବୋଲି କୁହାଯାଉଛି।ଆଶ୍ଚର୍ଯ୍ୟର କଥା ଯେ, ଚଳନ୍ତା ମାଲଗାଡିର ଅଏଲ ଟ୍ୟାଙ୍କରରୁ ବାଲଟିଏ ବାଲଟିଏ ତେଲ କାଢି ନେଉଛନ୍ତି କିଛି ବାଳକ।

ତେଲ ଚୋରି କରୁଥିବା ସମୟରେ ଚୋରଙ୍କ କର୍ତ୍ତୃତ୍ୱକୁ ମୋବାଇଲ ଫୋନରେ ରେକର୍ଡିଂ କରି କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହାପରେ ଏହି ଘଟଣା ସମସ୍ତଙ୍କ ନଜରକୁ ଆସିଛି।

ସୋସିଆଲ ମିଡିଆରେ ଏହି ଘଟଣାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ କହିଛନ୍ତି, ‘ଏଭଳି ବିପଦପୂର୍ଣ୍ଣ ଭାବେ ଚୋରି କରିବା ପୂର୍ବରୁ ଚୋର ଥରେ ନିଜ ଜୀବନ କଥା ଚିନ୍ତା କରିବାର ଥିଲା।’

ତେବେ ଏ ପର୍ଯ୍ୟନ୍ତ ଚୋରିର ଏହି ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନର ସୂଚନା ମିଳି ନାହିଁ। ତେବେ ଆଶ୍ଚର୍ଯ୍ୟ ଲାଗୁଛି କି ଚଳନ୍ତା ଟ୍ରେନରୁ ତେଲ ଚୋରି କରୁଥିବା ଚୋରଙ୍କ ବୟସ ୧୨ରୁ ୧୮ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe