'ଆଧାର ଅପଡେଟ୍' ପାଇଁ ଯାଇଥିବା ନବବଧୂ ସ୍ବାମୀଙ୍କ ଆଖିରେ ଧୂଳି ଦେଇ ପ୍ରେମିକ ସହ ହେଲେ ଫେରାର

ବିବାହର ମାତ୍ର ଦଶ ଦିନ ପରେ ନବବିବାହିତା 'ଆଧାର ଅପଡେଟ୍' ପାଇଁ ତାଙ୍କ ସ୍ୱାମୀଙ୍କ ସହିତ ବଜାରକୁ ଯାଇ ପ୍ରେମିକ ସହ ଫେରାର । ସାଥୀରେ ନେଇ ଯାଇଛନ୍ତି ୮ଲକ୍ଷ ଟଙ୍କାର ଅଳଙ୍କାର।

21t (25)

ପାଟନା: ବିହାରର ଗୋପାଳଗଞ୍ଜରେ ଜଣେ ନବବିବାହିତା ମହିଳା ଆଧାର ସଂଶୋଧନ ପାଇଁ ଯାଇ ପ୍ରେମିକ ସହ ଫେରାର ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। 

ସୂଚନାଯୋଗ୍ୟ,ବିବାହର ମାତ୍ର ଦଶ ଦିନ ପରେ ନବବିବାହିତା 'ଆଧାର ଅପଡେଟ୍' ପାଇଁ ତାଙ୍କ ସ୍ୱାମୀଙ୍କ ସହିତ ବଜାରକୁ ଯାଇ ପ୍ରେମିକ ସହ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଫେରାର ନବବଧୂଙ୍କ ସ୍ବାମୀ ମଣ୍ଟୁ କୁମାର ରଜକ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ଚୁଲବୁଲି ସହିତ ମୋର ଧୁମଧାମରେ ବିବାହ ହୋଇଥିଲା। ବିବାହର ୧୦ଦିନ ପରେ ସେ ତାର ଆଧାରଅପଡେଟ କାମ ଅଛି କହି ଏକା ବଜାରକୁ ବାହାରିଥିଲା। ମୁଁ ବି ତା ସହିତ ବାହାରିବାରୁ ସେ ମୋତେ ମନା କରିଥିଲା। ନୂଆ ବୋହୂ ଟା ଏକା କେମିତି ଯିବ କହି ମୁଁ ତାକୁ ଧରି ବଜାରକୁ ଯାଇ ଆଧାର କେନ୍ଦ୍ରରେ ପହଞ୍ଚାଇ ଥିଲି। କିଛି ସମୟ ମୁଁ ବସିବା ପରେ ଡାଲି ଆଣିବାର ଥିବାରୁ ମୁଁ ନିକଟସ୍ଥ ଦୋକାନକୁ ଚାଲି ଯାଇଥିଲି।

ଭିଡ଼ ଥିବା ହେତୁ ଦୋକାନୀ ଡାଲି ଦେବାରେ ବିଳମ୍ବ କରି ଦେଇଥିଲେ। ମୁଁ ଆସି ଆଧାରକେନ୍ଦ୍ରରେ ଦେଖିଲା ବେଳକୁ ଚୁଲବୁଲି ନାହିଁ। ସେଠାରେ ଥିବା କିଛିଲୋକଙ୍କୁ ପଚାରିବାରୁ ସେମାନେ କହିଥିଲେ ମହିଳା ଜଣକ ଜଣେ ଯୁବକଙ୍କ ଗାଡ଼ିରେ ବସି ଚାଲିଯାଇଛନ୍ତି।

ଏକଥା ଶୁଣିବା ପରେ ମୋ ପଦତଳୁ ମାଟି ଖସି ଯାଇଥିଲା। କ’ଣ କରିବି କିଛି ବୁଝି ପାରି ନଥିଲି। ଘରେ ପହଞ୍ଚି ଘଟଣା ବିଷୟରେ ଜଣାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶ୍ବଶୁର ଘର ଲୋକଙ୍କୁ ତାଙ୍କ ଝିଅ ବିଷୟରେ ସୂଚନା ଦେବା ପରେ ସେମାନେ କୌଣସି ପ୍ରକାର ପ୍ରତିକ୍ରିୟା ନଦେଇ ଚୁପ ରହିଥିଲେ। ପରେ ଜାଣିବାକୁ ପାଇଲି ଚୁଲବୁଲି ଘରେ ଥିବା ଅଳଙ୍କାର ଓ ଟଙ୍କାକୁ ନେଇ ପ୍ରେମିକ ଅଦିତ୍ୟ କୁଶୱାହା ସହିତ ଚମ୍ପଟ ମାରିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe