gorakhpur-son-apologizes Photograph: (@sambad.in)
ଲକ୍ଷ୍ମୌ:: ଉତ୍ତର ପ୍ରଦେଶର ଗୋରଖପୁରରେ ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିରହିଥିବା ହାତଭାଗିନୀ ମା’କୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ସମୟ ନଥିବାରୁ ପୁଅ ମା’ର ମୃତଦେହକୁ କିଛିଦିନ ପାଇଁ ଫ୍ରିଜରେ ରଖି ଦେବାକୁ ବାପାଙ୍କୁ ତାଗିଦ କରି କହିଥିଲା। ଏହି ଘଟଣା ଏକ ନୂଆମୋଡ଼ ନେଇଛି।
ଘରୁ ବାପାଙ୍କୁ ତଡ଼ି ଦେଇଥିଲା ପୁଅ
ସୂଚନାଯୋଗ୍ୟ, ଗୋରଖପୁର କରଡେରେ ବାସବାସ କରୁଥିବା ଭୂଆଲ ଗୁପ୍ତା ଜଣେ କିରାଣା ବ୍ୟବସାୟୀ ଥିଲେ। ଭୂଆଲ ତାଙ୍କ ଧର୍ମ ପତ୍ନୀ ଶୋଭା ଦେବୀଙ୍କ ସହିତ କେପିଅର ଗଞ୍ଜ ଗାଁରେ ତିନି ପୁଅ ଏବଂ ତିନି ଝିଅଙ୍କ ସହିତ ରହୁଥିଲେ। ପାରିବାରିକ ବିବାଦ ଯୋଗୁଁ ଏକ ବର୍ଷ ପୂର୍ବରୁ ତାଙ୍କ ବଡ଼ ପୁଅ ଭୂଆଲଙ୍କୁ ଘରୁ ତଡ଼ି ଦେଇଥିଲେ।
ଅଧିକପଢ଼ନ୍ତୁ: ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ
ବୃଦ୍ଧାଶ୍ରମରେ ରହିଥିବା ବୃଦ୍ଧାଙ୍କ ମୃତ୍ୟୁ
ଏ ଦୁଃଖକୁ ସହି ନପାରି ଭୂଆଲ ଜୀବନ ହାରିବାକୁ ଚାଲି ଯାଇଥିଲେ। କିନ୍ତୁ କିଛି ଲୋକ ତାଙ୍କୁ ଉଦ୍ଧାର କରି ଅଯୋଧ୍ୟା କିମ୍ବା ମଥୁରା ଯିବାକୁ ପରାମର୍ଶ ଦେଇଥିଲେ। ବୃଦ୍ଧ ଦମ୍ପତି ପ୍ରଥମେ ଅଯୋଧ୍ୟା ଏବଂ ତା’ପରେ ମଥୁରା ଯାଇଥିଲେ କିନ୍ତୁ ସେମାନଙ୍କୁ ସେଠାରେ କୌଣସି ପ୍ରକାର ସାହାଯ୍ୟ ମିଳି ନଥିଲା। ମଥୁରାର ଲୋକମାନେ ଦମ୍ପତିଙ୍କୁ ଜଉନପୁର ବୃଦ୍ଧାଶ୍ରମକୁ ଯିବାକୁ କହିଥିଲେ। ଏଭଳି ସମୟରେ ଜଉନପୁର ବୃଦ୍ଧାଶ୍ରମ ମାଲିକଙ୍କ ସହିତ ବୃଦ୍ଧ ଦମ୍ପତିଙ୍କ ଭେଟ ହୋଇଥିଲା। ମାଲିକ ଦମ୍ପତିଙ୍କୁ ତାଙ୍କ ଆଶ୍ରମକୁ ନେଇ ଆସିଥିଲେ।
ମା’ ମୃତଦେହକୁ ଫ୍ରିଜରେ ରଖିବାକୁ ବାପାଙ୍କୁ ତାଗିଦ କରି କହିଥିଲା ପୁଅ
ଗତ ନଭେମ୍ବର ୧୯ ତାରିଖରେ ବୃଦ୍ଧାଶ୍ରମରେ ଥିବା ଶୋଭା ଦେବୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଭୂଆଲ ପୁଅକୁ ମା’ର ଅନ୍ତିମ ସଂସ୍କାର ପାଇଁ ବନ୍ଦୋବସ୍ତ କରିବାକୁ ଫୋନ କରିବାରୁ ସେ ରୋକଠୋକ ମନା କରି କହିଥିଲା, ‘ଏବେ ଘରେ ବିବାହ ଚାଲିଛି। ମୋ ପାଖରେ ସମୟ ନାହିଁ। ଭଲ ହେବ ମା’ ମୃତଦେହକୁ କିଛିଦିନ ପାଇଁ ଫ୍ରିଜରେ ରଖିଦିଅ। ସମୟ ହେଲେ ଫ୍ରିଜରୁ ବାହାର କରି ତାର ଅନ୍ତିମ ସଂସ୍କାର କରି ଦେବି।’
କ୍ଷମା ମାଗିଲା ପୁଅ
ଏହି ଘଟଣା ସାମ୍ନାକୁ ଆସିବା ପରେ ଶୋଭା ଦେବୀଙ୍କ ପୁଅକୁ ଅନେକ ଲୋକଲଜ୍ଜାର ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ ସେ ପଞ୍ଚାୟତ ସମେତ ତାର ବାପାଙ୍କୁ ଓ ମୃତମା’ଙ୍କୁ ଭୁଲ ମାଗି କହିଥିଲା, ‘ ବାପା, ମା’ ଏବଂ ଏଠାରେ ଉପସ୍ଥିତ ମୋର ସମସ୍ତ ଗୁରୁଜନଙ୍କୁ ମୁଁ କ୍ଷମା ମାଗୁଛି। ମୁଁ କହିଥିବା କଥା ପାଇଁ ପଶ୍ଚ୍ୟତାପ କରୁଛି। ଆପଣମାନେ ମୋତେ କ୍ଷମା କରିଦିଅନ୍ତୁ।’
Follow Us