ଆର୍‌ୟନ୍ ମାମଲାରେ ‘ନିମ୍ନସ୍ତରର ତଦନ୍ତ’ କରିଥିବାରୁ ସମୀର ୱାଙ୍ଖେଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ

Advertisment
ଆର୍‌ୟନ୍ ମାମଲାରେ ‘ନିମ୍ନସ୍ତରର ତଦନ୍ତ’ କରିଥିବାରୁ ସମୀର ୱାଙ୍ଖେଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ

www.indiatoday.in

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍‌ୟନ୍‌ ଖାନଙ୍କୁ ଆଜି କ୍ଲିନ୍‌ଚିଟ୍‌ ମିଳିଛି। ଆର୍‌ୟାନ ଖାନ୍‌ ଏହି ଡ୍ରଗ୍ସ ମାମଲ‌ାରେ ସଂପୃକ୍ତ ଅଛନ୍ତି ବୋଲି ତଦନ୍ତ କରି କହିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)ର ପୂର୍ବତନ ଅଧିକାରୀ ସମୀର ୱାଙ୍ଖେଡେ ଏବେ ଅଡୁଆରେ ଫସିଛନ୍ତି। ଆର୍‌ୟନ୍‌ ଖାନ ମାମଲାରେ ସେ କରିଥିବା ‘ନିମ୍ନସ୍ତରର ତଦନ୍ତ’ ପ‌ାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅର୍ଥ ମନ୍ତ୍ରାଳୟର ଜଣେ ଦାୟିତ୍ବସଂପନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେିଛି। ଏହି ନିଷ୍ପତ୍ତି ଶୁକ୍ରବାର ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।

ସୂତ୍ରରୁ ଆହୁରି ବି ଜଣାପଡ଼ିଛି ଯେ ୱାଙ୍ଖେଡେଙ୍କ ନକଲି ଜାତି ପ୍ରମାଣପତ୍ର ପ୍ରଦାନ ମାମଲାରେ ତାଙ୍କ ବିରୋଧରେ ପୂର୍ବରୁ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ ନକଲି ଜାତି ପ୍ରମାଣପତ୍ର ମାମଲାକୁ ପ୍ରଥମେ ସାମ୍ନାକୁ ଆଣିଥିଲେ ଏନ୍‌ସିବି ନେତା ନବାବ ମଲିକ। ତାଙ୍କୁ ପରେ ପ୍ରବର୍ତ୍ତନ ନି‌‌ର୍ଦେଶାଳୟ (ଇଡି) ଗିରଫ କରିଥିଲା।

ସମୀର ୱାଙ୍ଖେଡେ ମୁମ୍ବାଇ ଏନ୍‌ସିବିର ପୂର୍ବତନ ଜେ‌ାନାଲ୍‌ ନିର୍ଦ୍ଦେଶକ ଥିଲେ। ସେ ୨୦୨୧ ମସିହାରେ ଘରୋଇ କ୍ରୁଜ୍‌  ଉପରେ ଚଢ଼ାଉ କରି ଡ୍ରଗ୍ସ ମାମଲ‌ାରେ ୨୨ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରେ ଆର୍‌ୟାନ ଖାନ୍‌ ବି ଥିଲେ।

ସମୀର ୱାଙ୍ଖେଡେଙ୍କ ବିରୋଧରେ ଅପରାଧିକ ମାମଲା ଆସିବା ପରେ ଆର୍‌ୟନଙ୍କ ମାମଲାକୁ ଏନ୍‌ସିବିର କେନ୍ଦ୍ରୀୟ ଦଳକୁ ହସ୍ତାନ୍ତର କରାଯାଇଥିଲା। ୱାଙ୍ଖେଡେଙ୍କୁ ଏହି ମାମଲାରୁ ବାଦ୍‌ ଦିଆଯାଇଥିଲା। ତାଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ୍‌ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe