୫ହଜାର ଟଙ୍କାରେ କିଣି, ୨ବର୍ଷ ଦୁଷ୍କର୍ମ କରିବା ପରେ ୩୦ହଜାର ଟଙ୍କାରେ ବିକିଲେ

Advertisment
୫ହଜାର ଟଙ୍କାରେ କିଣି, ୨ବର୍ଷ ଦୁଷ୍କର୍ମ କରିବା ପରେ ୩୦ହଜାର ଟଙ୍କାରେ ବିକିଲେ

ଫରିଦାବାଦ: ଚାଇଲ୍ଡ ଲାଇନଙ୍କ ସୂଚନା ଅନୁସାରେ ପୁଲିସ ଧିରଜ ନଗର ଟି-୨ କୋଲନିରେ ୧୫ଦିନ ହେବ ବନ୍ଧକ ଥିବା ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି।

publive-image

ଝାଡଖଣ୍ଡ ନିବାସି ପୀଡିତାଙ୍କ କହିବାନୁସାରେ, ୨ବର୍ଷ ପୂର୍ବରୁ ତାଙ୍କୁ ତାଙ୍କ ଆଈ ୫ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ପାଖାପାଖି ଦୁଇବର୍ଷ ହେବ ଅଭିଯୁକ୍ତ ତାଙ୍କ ପାଖରେ ରଖି ଘର କାମ କରାଇବା ସହିତ ମୋର ସହିତ ଦୁଷ୍କର୍ମ କରୁଥିଲା। କିଛିଦିନ ପୂର୍ବେ ଅଭିଯୁକ୍ତ ୩୦ହଜାର ଟଙ୍କାରେ ମୋତେ ମିଶ୍ର ନାମକ ଜଣେ ଯୁବକକୁ ବିକ୍ରି କରିଥିଲା, ଯିଏକି ଫରିଦାବାଦ ନେଇ ଆସିଥିଲା।

ପୀଡିତାଙ୍କ ବୟାନ କ୍ରମେ ମହିଳା ଥାନା ପୁଲିସ ପୋସ୍କୋ ଆକ୍ଟ ଜରିଆରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା। ମାମଲାର ଛାନ୍‌ଭିନ୍‌ ଆରମ୍ଭ କରି ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିଥିବା ବେଳେ ଅନ୍ୟ ଟିମ୍‌ ଫରିଦାବାଦ ଦିଲ୍ଲୀରେ ଅଭିଯୁକ୍ତ ରହୁଥିବା ସ୍ଥାନମାନଙ୍କରେ ଚଢ଼ଉ କରୁଛି।

publive-image

ସୂଚନାଯୋଗ୍ୟ, ଚାଇଲ୍ଡ ହେଲପ୍‌ଲାଇନ୍‌ ପାଖକୁ ଶନିବାର ରାତିରେ ଏକ କଲ ଆସିଥିଲା। ଏହାପରେ ଚାଇଲ୍ଡ ଲାଇନ୍‌ର ଏକ ଟିମ୍‌ ସେକ୍ଟର ୩୧ ଥାନା ପୁଲିସ ସହିତ ରବିବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଡାକ୍ତରି ମାଇନା ପାଇଁ ପଠାଯାଇଛି। ଡାକ୍ତର ପୀଡିତାଙ୍କ ଚିକିତ୍ସା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe