ବନ୍ଧୁକ ସହିତ ସେଲଫି ନେବା ‌ହେଲା କାଳ: ଛାତିରେ ଗୁଳି ଫୁଟିବାରୁ ଯୁବକଙ୍କ ହେଲା ମୃତ୍ୟୁ

Advertisment
ବନ୍ଧୁକ ସହିତ ସେଲଫି ନେବା ‌ହେଲା କାଳ: ଛାତିରେ ଗୁଳି ଫୁଟିବାରୁ ଯୁବକଙ୍କ ହେଲା ମୃତ୍ୟୁ

ଗ୍ରେଟର ନୋଏଡା: ଗ୍ରେଟର ନୋଏଡାରେ ବସବାସ କରୁଥିବା ଜଣେ ଯୁବକଙ୍କୁ ବନ୍ଧୁକ ସହିତ ସେଲଫି ନେବା ମହଙ୍ଗା ପଡ଼ିଛି। ବନ୍ଧୁକର ଟ୍ରିଗର ଚାପି ହୋଇଯିବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଖେଦା-ଧର୍ମପୁରା ଗାଁର ସୌରଭ ମାଭି ତାଙ୍କ ସାଙ୍ଗ ନାକୁଲ ଶର୍ମାଙ୍କ ସହ ଯାଉଥିଲେ। ଏହି ସମୟରେ ସେ ପାଖରେ ଥିବା ବନ୍ଧୁକରେ ଗୁଳି ଲୋଡିଂ ଓ ଅନଲୋଡିଂ କରି ସେଲଫି ନେବାକୁ ପୋଚ ଦେଉଥିଲେ। ସେଲଫି ନେବା ସମୟରେ ଅସାବଧାନତା ହେତୁ ବନ୍ଧୁକର ଟ୍ରିଗର ଚାପି ହୋଇଯାଇଥିଲା। ଫଳରେ ଗୁଳି ଫୁଟି ସୌରଭଙ୍କ ଛାତି‌ରେ ବାଜିଥିଲା। ସଙ୍ଗେସଙ୍ଗେ ସାଙ୍ଗକୁ ସେଠାରୁ ଉଦ୍ଧାର କରି ଶାରଦା ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ ବୋଲି ନକୁଲ ଶର୍ମା କହିଛନ୍ତି।

ଅତିରିକ୍ତ ଡିସିପି (କେନ୍ଦ୍ରୀୟ ନୋଏଡା) ଅଙ୍କୁର ଅଗ୍ରୱାଲ କହିଛନ୍ତି ଯେ ସୌରଭ ସାଙ୍ଗ ନାକୁଲଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ସୌରଭଙ୍କ ମୃତଦେହ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe