୮ ମାସର ଶିଶୁ ପୁତ୍ରର ତଣ୍ଟିକୁ ଓଢ଼ଣୀରେ ଚାପି ହତ୍ୟା କଲା ଖାଦ୍ୟ ଦେବାକୁ ଅସମର୍ଥ ଥିବା ମାଆ

୮ ମାସର ଶିଶୁ ପୁତ୍ରର ତଣ୍ଟିକୁ ଓଢ଼ଣୀରେ ଚାପି ହତ୍ୟା କଲା ଖାଦ୍ୟ ଦେବାକୁ ଅସମର୍ଥ ଥିବା ମାଆ

Deccan Chronicle

ନୋଇଡ଼ା: ଖାଦ୍ୟ ପାଇଁ କାନ୍ଦୁ ଥିଲା ସନ୍ତାନ। ହେଲେ ମୁହଁରେ ଦବା ପାଇଁ ମାଆ ପାଖରେ କିଛି ବି ହେଲେ ନଥିଲା। ଅଭାବରେ ଛନ୍ଦି ହୋଇଥିବା ମହିଳା ଶେଷରେ ନିଜର ୮ ମାସର ପୁତ୍ର ସନ୍ତାନକୁ ଚୁପ୍‌ କରାଇବା ପାଇଁ ଏକ ଓଢ଼ଣୀରେ ତା’ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ନୋଇଡ଼ାରେ ଘଟିଥିବା ଜାଣିବାକୁ ମିଳିଛି।

ଗ୍ରେଟର ନୋଇଡ଼ାରେ ଥିବା ମହିଳାଙ୍କ ଘରୁ ପୁଲିସ୍‌ ପଚି ଯାଇଥିବା ଶିଶୁର ଶରୀର ଉଦ୍ଧାର କରିବା ପରେ ଏହି ସତ୍ୟ ସାମ୍ନାକୁ ଆସିଛି। ପୁଲିସ୍‌ ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ଓ ଶଶୁରଙ୍କୁ ବି ଗିରଫ କରିଛି। ସେମାନେ ଏପରି ଏକ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍‌ ଥିବା କାରଣରୁ ସେମାନଙ୍କୁ ପୁଲିସ୍‌ ଗିରଫ କରିଥିବା ଜାଣିବାକୁ ମିଳିଛି।

publive-image TOI

ଅଭିଯୁକ୍ତା ହେମା ନିଜ ସ୍ୱାମୀଙ୍କ ସହ ଗୋପାଳଗଡ଼ ଗାଆଁରେ ରହନ୍ତି। ଏକ ଖଟରୁ ଖସି ପଡ଼ିବାରୁ ତାଙ୍କ ପିଲାର ମୃତ୍ୟୁ ହୋଇଛି ବୋଲି ପୂର୍ବରୁ ସେ ପରିବାର ଲୋକ ଓ ପୁଲିସ୍‌ରେ କହିଥିଲେ। ମାତ୍ର ଘଟଣାକୁ ଖୋଳତାଢ଼ କରିବାକୁ ସତ୍ୟ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe