ବିବାହର କିଛି ଘଣ୍ଟା ମଧ୍ୟରେ ଘଟିଲା ଏପରି କିଛି; ବାଧ୍ୟ ହୋଇ ପୁଲିସ୍‌ ଡାକିଲେ କନ୍ୟା

Advertisment
ବିବାହର କିଛି ଘଣ୍ଟା ମଧ୍ୟରେ ଘଟିଲା ଏପରି କିଛି; ବାଧ୍ୟ ହୋଇ ପୁଲିସ୍‌ ଡାକିଲେ କନ୍ୟା

VCCircle

ଇଂଲଣ୍ଡ: ବିବାହର କିଛି ସମୟ ଭିତରେ ଜଣେ ବର କନ୍ୟାଙ୍କୁ ଆକ୍ରମଣ କରିଥିବା ଘଟଣା ଶୁଣିବା ପରେ ଆପଣ ଚକିତ ହେବେ ନିଶ୍ଚିତ। ଯାହାଫଳରେ ବିବାହ ଭୋଜିରୁ ହିଁ ପୁଲିସ୍‌ ବରକୁ ଗିରଫ କରି ନେଇଛି।

ଘଟଣାଟି ଆମ ଦେଶର ନୁହେଁ। ଖବର ମୁତାବକ, ବ୍ରିଟେନ୍‌ର ଏକ ପ୍ରେମୀଯୁଗଳ ଛୁଟି କାଟିବାକୁ ସ୍ପେନ୍‌ ଯାଇଥିଲେ। ସେଇଠାରେ ହିଁ ସେମାନେ ବିବାହ ନିଷ୍ପତ୍ତି ନେଇଥିଲେ। ଅଭିଯୋଗ ହୋଇଛି ଯେ ବିବାହର କିଛି ସମୟ ପରେ ବର ଜଣକ ଆକ୍ରାମଣାତ୍ମକ ହୋଇପଡ଼ିଥିଲେ। ସେ ତାଙ୍କ ନବବିବାହିତା ପତ୍ନୀଙ୍କୁ ଆକ୍ରମଣ କରିବାରୁ ପତ୍ନୀ ଜଣକ କିଛି ଉପାୟ ନପାଇ ପୁଲିସ୍‌ ଡାକିଥିଲେ। ଫଳରେ ବିବାହ ଭୋଜି ଚାଲୁଥିବା ବେଳେ ହିଁ ପୁଲିସ୍‌ ଆସି ବରଙ୍କୁ ବାନ୍ଧି ନେଇଥିଲା।

‘ଦ ମିରର୍‌’ ମୁତାବକ, ଘଟଣାଟି ହେଉଛି ଶୁକ୍ରବାର ରାତି ୯ଟାର। ବିବାହ ପରେ ଭୋଜି ଚାଲିଥାଏ। ଭୋଜିରେ ଅତିଥିମାନଙ୍କୁୁ ବିଭିନ୍ନ ପ୍ରକାରର ପାନୀୟ ଦିଆଯାଉଥାଏ। ଅତିଥିମାନେ ନାଚିବା ଓ ଗାଇବାରେ ବ୍ୟସ୍ତ ଥାଆନ୍ତି। ସେହି ସମୟରେ ଜଣାନାହିଁ କେଉଁ କାରଣରୁ, ବର ଜଣକ ଉତ୍ତ୍ୟକ୍ତ ହୋଇ କନ୍ୟ‌ାଙ୍କୁ ଆକ୍ରମଣ କରିବସିଲେ। ବର ଜଣଙ୍କୁ ଏପରି ହିଂସ୍ର ହେବାର ଦେଖି ବାଧ୍ୟ ହୋଇ କନ୍ୟା ପୁଲିସ୍‌ ଡାକିଥିଲେ।

ଖବରରୁ ଜାଣିବାକୁ ମିଳିଛି ‌ଯେ ପୁଲିସ୍‌ ଆସି ସେଠାରେ ପହଞ୍ଚିବା ପୂର୍ବରୁ କନ୍ୟା ଜଣକ ଭୋଜି ଛାଡ଼ି ପଳାଇ ଯାଇଥିଲେ। ପୁଲିସ୍‌ ଭୋଜିରେ ପହଞ୍ଚି ପ୍ରଥମେ ବରଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ମାତ୍ର ବର ଅଣାୟତ୍ତ ହେବାରୁ ପୁଲିସ୍‌ ଗିରଫ କରିବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe