୫୦ହଜାର ବଦଳରେ ୫ହଜାର ଦେବାରୁ ବରକୁ ଭିକାରୀ କହିଲେ କନ୍ୟା ପକ୍ଷ

ବିବାହରେ ହେଉଥିବା 'ଜୁତା ଚୁରାଇ' (ଜୋତା ଚୋରି) ରୀତିନୀତି ସମୟରେ ବରକୁ ଭିକାରୀ କହିଲେ କନ୍ୟାପକ୍ଷ। ଶାଳିଙ୍କୁ କମ୍ ଟଙ୍କା ଦେବା ପରେ ଏଭଳି ଘଟିଛି। କନ୍ୟାର ପରିବାର, ବରକୁ କମ୍ ଟଙ୍କା ଦେଇଥିବାରୁ ଭିକାରୀ ବୋଲି କହିଥିବା ସାମ୍ନାକୁ ଆସିଛି।

groom-beggar

ବିଜନୋର: ବିବାହରେ ହେଉଥିବା 'ଜୁତା ଚୁରାଇ' (ଜୋତା ଚୋରି) ରୀତିନୀତି ସମୟରେ ବରକୁ ଭିକାରୀ କହିଲେ କନ୍ୟାପକ୍ଷ। ଶାଳିଙ୍କୁ କମ୍ ଟଙ୍କା ଦେବା ପରେ ଘଟିଛି ଏଭଳି ଘଟଣା। କନ୍ୟାର ପରିବାର, ବରକୁ କମ୍ ଟଙ୍କା ଦେଇଥିବାରୁ ଭିକାରୀ ବୋଲି କହିଥିବା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, କନ୍ୟାର ପରିବାର ବରାଯାତ୍ରୀଙ୍କୁ ଏକ କୋଠରୀରେ ବନ୍ଦ କରି ପିଟିଥିବା କୁହାଯାଉଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରେ।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଚକ୍ରୌତା ନିବାସୀ ନିସାର ଅହମ୍ମଦଙ୍କ ପୁଅ ସବିରଙ୍କ ବିବାହ ବିଜନୌରର ଗଢ଼ମାଲପୁର ଗାଁରେ ରହୁଥିବା ଜଣେ ଯୁବତୀଙ୍କୁ ସହ ସ୍ଥିର ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସବିର ବରଯାତ୍ରୀଙ୍କୁ ଧରି ଶନିବାର ଡେରାଡୁନରୁ ଆସି ବିଜନୌର ଜିଲ୍ଲାରେ ପହଞ୍ଚିଥିଲେ। ବରଯାତ୍ରୀ ଆସିବା ପରେ, ବିବାହ ରୀତିନୀତି ଆରମ୍ଭ ହୋଇଥିଲା । ତା’ପରେ ଜୋତା ଚୋରି କରିବାର ରୀତିନୀତି ଆରମ୍ଭ ହେଲା। 

ସବିରଙ୍କ ଶାଳି ତାଙ୍କ ଜୋତା ଚୋରି କରିନେବା ସହ ଜୋତା ଦେବା ପାଇଁ ୫୦ ହଜାର ଦାବି କରିଥିଲେ। ହେଲେ ସବିର ମାତ୍ର ୫୦୦୦ଟଙ୍କା ବାହାର କରି ତାଙ୍କ ଶାଳିଙ୍କୁ ଦେଇଥିଲେ। ଏହା ଦେଖି କନ୍ୟା ପରିବାରର କିଛି ମହିଳା ବରକୁ ଭିକାରୀ ବୋଲି କହିଥିଲେ। ଏହାକୁ ନେଇ ବର ଓ କନ୍ୟା ପକ୍ଷ ମଧ୍ୟରେ ବିତର୍କ ଆରମ୍ଭ ହୋଇଥିଲା। ଦୁଇ ପକ୍ଷଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ହଠାତ୍ ଝଗଡ଼ାରେ ପରିଣତ ହେଲା। ଏହା ପରେ ବରପକ୍ଷକୁ ଏକ ରୁମ୍‌ରେ ଭର୍ତ୍ତି କରି ଖୁବ୍ ପିଟିଥିଲେ କନ୍ୟା ପକ୍ଷ। ପୁଲିସକୁ ଏନେଇ ସୂଚନା ଦିଆଯିବା ପରେ ପୁଲିସ ଦୁଇ ପକ୍ଷକୁ ବସାଇ ସମାଧାନ କରାଇଥିଲା। ଏବେ ଝଗଡ଼ାର ସମାଧାନ ହୋଇଥିବା ବେଳେ ବିବାହ ସଂପନ୍ନ ହୋଇଛି କି ନାହିଁ, ତାହାର ସୂଚନା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe