ବେକରୁ ଟଙ୍କା ମାଳ ଛିଣ୍ଡାଇ ଚମ୍ପଟ ମାରୁଥିବା ଚୋରକୁ କାବୁ କଲେ ବର

ଟଙ୍କାର ମାଳ ପିନ୍ଧି ଘୋଡା ଚଢ଼ି ବିବାହ ପାଇଁ କନ୍ୟା ଘରକୁ ଯାଉଥିବା ବେଳେ ବର ହେଲେ ଲୁଟର ଶିକାର। ସୁପରମ୍ୟାନ ସାଜି ଚୋରକୁ କାବୁ କରି ଟଙ୍କା ମାାଳ ଛଡ଼ାଇ ଆଣିଲେ ବର।

ଅଦ୍ୟତନ ହୋଇଛି
ୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରୁଟର ଡୁଙ୍ଗରାବଲି ଗ୍ରାମସ୍ଥିତ ଜାତୀୟ ରାଜପଥରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯାହା ଚର୍ଚ୍ଚାର ପରିସରରେ ରହିଛି।

ଘଟଣାଟି ହେଉଛି ଏପରି, ବିବାହ ସମୟରେ  ପରମ୍ପରା ଅନୁଯାୟୀ ବର ନୋଟର ମାଳ ପିନ୍ଧି ଘୋଡ଼ାରେ ଚଢ଼ି ବରଯାତ୍ରୀଙ୍କୁ ନେଇ ‌ବେଶ ଖୁସିରେ କନିଆଁ ଘର ଅଭିମୁଖେ ଯାତ୍ରା କରୁଥିଲେ।  ଏହି ସମୟରେ ଜଣେ ଚୋର ବରଙ୍କ ବେକରେ  ଟଙ୍କା ମାଳପଡ଼ିଥିବା ଦେଖି  ଅତି ଚତୁରତାର ସହ ତାକୁ ଛିଣ୍ଡାଇ ଘଟଣାସ୍ଥଳରୁ ମିନି ଟ୍ରକ ଯୋଗେ ଚମ୍ପଟ ମାରିଥିଲା। 

ଏହି ଘଟଣାପରେ ବର କିଛି ଚିନ୍ତା ନକରି ଚୋରକୁ ଧରିବା ପାଇଁ ଜଣଙ୍କ ବାଇକ ପଛରେ  ବସି ଧାଇଁଥିଲେ।

କିଛି ବାଟ ଯିବା ପ‌ରେ ବର ସିନେମା ଶୈଳୀରେ ମିନିଟ୍ରକ ଉପରେ ଚଢ଼ି ଝରକା ଦେଇ ଗାଡ଼ି ଭିତରେ ପଶି ମିନି ଟ୍ରକ ଚାଳକ/ ଚୋରକୁ କାବୁୂ କରିଥିଲେ। ଏହାପରେ ବରଯାତ୍ରୀମାନେ ବି ଘଟଣାସ୍ଥଳରେ ପହଞ୍ଚି ମିଶିକି ଚୋରକୁ କାବୁ କରି ରାସ୍ତା ଉପରେ ନିସ୍ତୁକମାଡ଼ ମାରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଧରି  ଥାନାକୁ ନେଇଯାଇଛି। ବର ଚୋରକୁ କାବୁ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି,‘ ରାସ୍ତାରେ ବର ପାଲଟିଲେ ସୁରପମ୍ୟାନ । ଚୋରକୁ କଲେ କାବୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe