ଚଣ୍ଡୀଗଡ଼: ‘ବିଧାତା ଲିଖନ କେ କରିବ ଆନ’, ଏଭଳି ଉକ୍ତି କହିବାର ଯର୍ଥାତା ହେଉଛି ମଣିଷ ଜୀବନରେ କେତେବେଳେ କ’ଣ ଘଟିବ ତାହା ସେହି ବିଧାତାଙ୍କୁ ହିଁ ଜଣା। ଗତକାଲି ହରିୟାଣାର କୈଥଲ ଜିଲ୍ଲାରେ ଗୁଲହା ସହରରେ ବିବାହ ସମାରୋହ ଚାଲିଥିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବର ଘୋଡାରେ ବସି ବରଯାତ୍ରୀଙ୍କ ସହିତ କନ୍ୟା ଘରକୁ ଆସୁଥିଲା। କନ୍ୟା ଘର ଆଉ କିଛି ବାଟ ଥିବା ବେଳେ ବର ଆରପାରିକୁ ଚାଲିଯିବା ଘଟଣା ସମଗ୍ର ଅଞ୍ଚଳରେ ଶୋକକୂଳ ବାତାବରଣ ଖୋଳାଇ ଦେଇଛି।
/sambad/media/post_attachments/wp-content/uploads/2018/01/groom-injured-300x178.jpg)
କୈଥଲ ପୁଲିସର ଯାଞ୍ଚ ଅଧିକାରୀ ସୁମେର ସିଂହଙ୍କ କହିବାନୁସାରେ, ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି କି ବର ବିକ୍ରମ ବିବାହ କରିବା ପାଇଁ ବରଯାତ୍ରୀଙ୍କୁ ଧରି ନାଚଗୀତରେ ଝୁମିଝୁମି ଆସୁଥିଲା। ଏହି ସମୟରେ ବରର ଜଣେ ସମ୍ପର୍କୀୟ ମଜାମଉଜରେ ଫାଙ୍କା ଗୁଳି ଚାଳନା କରୁଥିଲେ। ସେତିକି ବେଳେ ସେହି ବ୍ୟକ୍ତିଙ୍କ ସହିତ କେହି ଜଣେ ଆସି ଧକ୍କା ଖାଇଥିଲା। ଫଲରେ ଗୁଳିଟି ଆସି ବର ବିକ୍ରମ ଶରୀରରେ ବାଜିଥିଲା। ବର ଯନ୍ତ୍ରଣାରେ ଚିତ୍କାର କରି ଚଟାଣରେ ଟଳି ପଡ଼ିଥିଲା।
/sambad/media/post_attachments/wp-content/uploads/2018/01/2017_12largeimg31_Sunday_2017_232716014-183x300.jpg)
ସଙ୍ଗେସଙ୍ଗେ ବିକ୍ରମଙ୍କୁ ପାଟିୟାଲା ହସ୍ପିଟାଲକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ବରର ବୟସ ୩୦ବର୍ଷ ପାଖାପାଖି ହେବ। ଏହି ଦୁର୍ଘଟଣା ଖବର ମିଳିବା ମାତ୍ରେ ବିବାହର ସମସ୍ତ ଖୁସି ପାଣି ଫୋଟକା ପରି ମେଳାଇ ଯାଇଥିଲା।
Follow Us