ପଣିକିଆ କହି ନପାରିବାରୁ ଭାଙ୍ଗିଗଲା ଯୁବକଙ୍କ ବାହାଘର

Advertisment
ପଣିକିଆ କହି ନପାରିବାରୁ ଭାଙ୍ଗିଗଲା ଯୁବକଙ୍କ ବାହାଘର

ମହୋବା: ଗଣିତର ସାମାନ୍ୟ ପରୀକ୍ଷା ଏକ ବିବାହ ଭାଙ୍ଗି ଦେଇଛି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ଯୁବକ ୨କ ପଣିକିଆ କହି ନପାରିବାରୁ ତାଙ୍କର ବିହାଘର ଭାଙ୍ଗି ଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଶନିବାର ବର ବରଯାତ୍ରୀ ସହିତ ବିବାହ ମଣ୍ଡପରେ ପହଞ୍ଚିଥିଲେ। ତେବେ ବିବାହ ପାଇଁ ଅଳ୍ପ କିଛି ସମୟ ଥିବା ବେଳେ କନ୍ୟାଙ୍କୁ କୌଣସି ସୂତ୍ରରୁ ଖବର ମିଳିଲା କି ବର ପଢ଼ାଲେଖା ନୁହନ୍ତି। ତାଙ୍କୁ ମିଛରେ କୁହାଯାଇଛି କି ବର ଭଲ ପାଠପଢ଼ିଛି ବୋଲି।

ତେଣୁ ବିବାହ ପୂର୍ବରୁ କନ୍ୟା ବରଙ୍କ ପରୀକ୍ଷା ନେବାକୁ ଚାହିଁଥିଲେ। ଏଥିପାଇଁ ସେ ପରିବାରଲୋକଙ୍କ ଠାରୁ ଅନୁମତି ବି ଆଣିଥିଲେ। ସମସ୍ତଙ୍କ ସାମ୍ନାରେ କନ୍ୟା ଗଣିତର ସାମାନ୍ୟ କିଛି ପ୍ରଶ୍ନ ପଚାରିବା ସହିତ ୨କ ପଣିକିଆ କହିବାକୁ ବରଙ୍କୁ କହିଥିଲେ।

କନ୍ୟାଙ୍କ ଏଭଳି କଥା ଶୁଣି ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ୨କ ପଣିକିଆ ଆସୁ ନଥିବାରୁ ସେ ଚୁପ ହୋଇ ରହିଥିଲେ। ଏଥିରେ କନ୍ୟା ରାଗି ଯାଇ ଏବିବାହ ହୋଇପାରିବ ନାହିଁ ବୋଲି କହି ମଣ୍ଡପରୁ ଉଠି ଚାଲି ଯାଇଥିଲେ।
ପରେ ଉଭୟ ପରିବାର ନିଜନିଜ ଭିତରେ କଥା ହୋଇ କ’ଣ କଲେ ସମାଧାନ ହୋଇ ପରିବ ତାହା ସ୍ଥିର କରିଥିଲେ। ଏଥିସହିତ ବରଘର କନ୍ୟାଘର ଲୋକଙ୍କୁ ପୁଅ ପାଠପଢ଼ିଛି ବୋଲି ଯେଉଁ ମିଛ କଥା କହିଥିଲେ ସେଥିପାଇଁ କ୍ଷମା ମାଗିଥିଲେ। ଏହାପରେ ଉଭୟ ପରିବାର ଦିଆନିଆ ହୋଇଥିବା ଉପହାର ଫେରାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe