ଅତିଥିଙ୍କ ସାମ୍ନାରେ ବର ତାଙ୍କ ବାପାଙ୍କୁ ଚାପୁଡ଼ା ମାରିବା ଦେଖି କନ୍ୟା ଭାଙ୍ଗି ଦେଲେ ବାହାଘର

ଅତିଥିଙ୍କ ସାମ୍ନାରେ ବର ତାଙ୍କ ବାପାଙ୍କୁ ଚାପୁଡ଼ା ମାରିବା ଦେଖି କନ୍ୟା ଭାଙ୍ଗି ଦେଲେ ବାହାଘର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବର ନିଜ ପିତାଙ୍କୁ ଅତିଥିମାନଙ୍କ ସାମ୍ନାରେ ଚାପୁଡ଼ା ମାରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କନ୍ୟା ଉକ୍ତ ବରଙ୍କୁ ବିବାହ କରି ପାରିବେ ନାହିଁ ବୋଲି ବିବାହ ମଣ୍ଡପରେ ଠୋକ‌ଠୋକ ମନା କରିଦେଇଥିଲେ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବରଯାତ୍ରୀ ଚିତ୍ରକୁଟସ୍ଥିତ କନ୍ୟାଙ୍କ ଘରେ ବିବାହ ପାଇଁ ପହଞ୍ଚି ଯାଇଥିଲେ। ବର ଓ ବଧୂ ପରସ୍ପରକୁ ଜୟମାଳା ପିନ୍ଧାଇଥିଲେ। ସମସ୍ତ ଅତିଥି ବସିଥିବା ବେଳେ ବର ବାରମ୍ବାର କନ୍ୟା ଥିବା କୋଠରୀକୁ ଯାଉଥିଲେ। ଏଭଳି ଆଚରଣରେ ରାଗିଯାଇ ବରର ବାପା ପୁଅଙ୍କୁ ଏପରି କରିବାକୁ ବାରଣ କରିଥିଲେ। ପୁଅ ବ‌ାପାଙ୍କ କଥାକୁ ଖାତିର ନକରି କନ୍ୟା କୋଠରୀକୁ ଯାଇଥିଲେ। ଏଥିରେ ରାଗିଯାଇ ବାପା ଅତିଥିଙ୍କ ସାମ୍ନାରେ ପୁଅଙ୍କୁ ଚାପୁଡ଼ା ମାରିଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଏଥିରେ ପୁଅ ବି ବାପାଙ୍କୁ ଓଲଟା ଚାପୁଡ଼ା ସମସ୍ତଙ୍କ ସାମ୍ନାରେ ମାରିଥିଲେ। ଏସବୁ ଦୃଶ୍ୟ ଦେଖି ଝିଅ ସମସ୍ତଙ୍କ ସାମ୍ନାରେ ବିବାହ ମଣ୍ଡପରେ ଏଭଳି ଯୁବକଙ୍କ ସହିତ ସେ ସାରା ଜୀବନ ବିତାଇ ପାରିବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ। ଏହାପରେ ବର ନିଜ ଘରକୁ ଫେରି ଆସିଥିବା ବେଳେ ଅତିଥିମାନେ ବି ନିଜନିଜ ଘରକୁ ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe