ଦିନରେ ପ୍ରେମିକାକୁ ରାତିରେ ଘରଲୋକ ସ୍ଥିର କରିଥିବା ଯୁବତୀଙ୍କୁ ବିବାହ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଦିନରେ ପ୍ରେମିକlଙ୍କୁ କୋର୍ଟ ମ୍ୟାରେଜ କରିବା ପରେ ସମାନ ଦିନ ରାତିରେ ଘରଲୋକ ସ୍ଥିର କରିଥିବା ଯୁବତୀଙ୍କୁ ବିବାହ କଲେ ଯୁବକ। ଅଭିଯୋଗ ପରେ ଯୁବକଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ।

;‌ୈାୖହଂା

ନୂଆଦିଲ୍ଲୀ: ଗୋରଖପୁରରେ ରହୁଥିବା ଜଣେ ଯୁବକ ଗୋଟିଏ ଦିନରେ ଦୁଇଥର ବିବାହ କରିଥିବା ଘଟଣା ଚର୍ଚ୍ଚାରେ ରହିଛି।  

ସୂଚନାଯୋଗ୍ୟ,  ହରପୁର ବୁଦହଟ ଅଞ୍ଚଳରେ ବସବାସ କରୁଥିବା ଯୁବତୀଙ୍କ ନିକଟ ଗାଁର ଜଣେ ଯୁବକଙ୍କ ‌ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ୪ବର୍ଷର ପ୍ରେମ ସମ୍ପର୍କ ପରେ ଯୁବକ ଯୁବତୀଙ୍କୁ ମନ୍ଦିର‌ରେ ବିବାହ କରିବା ପରେ ଏକାଠି ରହିବା ଆରମ୍ଭ କରିଥିଲେ। କିନ୍ତୁ ଯୁବକ ଜଣକ ତାଙ୍କ ଘରେ ଏ ବିଷୟରେ କିଛି ଜଣାଇ ନଥିଲେ। 

କିଛିଦିନ ପରେ ଯୁବକଙ୍କ ଘରଲୋକ ଅନ୍ୟତ୍ର ବିବାହସ୍ଥିର କରିଥିଲେ। ଏକଥା ପିଣ୍ଟୁ ଜାଣିବା ପରେ ଘରଲୋକ ଯେଉଁଦିନ ବିବାହ ସ୍ଥିର କରିଥିଲେ ସେଦିନ ସକାଳେ ଯୁବକ ତାଙ୍କ ପ୍ରେମିକାଙ୍କୁ କୋର୍ଟରେ ବିବାହ କରିଥିଲେ। ବିବାହ ପରେ ପ୍ରେମିକାଙ୍କୁ ଘରେ ଛାଡ଼ି ପିଣ୍ଟୁ ପରିବାରଲୋକଙ୍କୁ ଏ ବିବାହ ବିଷୟରେ ଜଣାଇବାକୁ ଯାଉଛନ୍ତି କହି ଚାଲି ଯାଇଥିଲେ।

ଘରେ ପହଞ୍ଚି ସନ୍ଧ୍ୟାରେ ଘରଲୋକ ସ୍ଥିର କରିଥିବା ଝିଅ ସହିତ ବିବାହ କରି ରହିବାକୁ ଲାଗିଥିଲେ। ୭/୮ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର ଯୋଗାଯୋଗ ହୋଇ ନପାରିବା ପରେ ପିଣ୍ଟୁଙ୍କ ପ୍ରେମିକା କୌଣସି ସୂତ୍ରରୁ ଖବର ପାଇଥିଲେ କି ତାଙ୍କ ପ୍ରେମିକଙ୍କ ଅନ୍ୟ ଯୁବତୀଙ୍କ ସହିତ ବିବାହ ଶେଷ ହୋଇ ସାରିଛି।

ସେ କିଛି ଉପାୟ ନପାଇ ଥାନାରେ ଦ୍ବାରସ୍ଥ ହୋଇ ଅଭି‌ଯୋଗ କରି କହିଥିଲେ, ‘ ପିଣ୍ଟୁ (ଛଦ୍ମନାମ) ମୋ ସହିତ ଶାରୀରିକ ସମ୍ପର୍କ ରଖି କୋର୍ଟ ମ୍ୟାରେଜ କରିଛି। ଏମିତି କି ଦୁଇଥର ମୋ ଗର୍ଭ ନଷ୍ଟ ବି କରିଛି।’

ପୁଲିସ ପୀଡ଼ିତାଙ୍କ ଅଭିଯୋଗକୁ କେନ୍ଦ୍ର କରି ମାମଲା ରୁଜୁ କରି ପିଣ୍ଟୁକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe