ଅହମ୍ମଦାବାଦ: ଏୟାର ହୋଷ୍ଟେସ୍ ଭାବରେ କାର୍ଯ୍ୟ କରୁଥିବା ୨୫ବର୍ଷର ଜଣେ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଚାରି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ପୀଡିତା ଯୁବତୀ ଜଣକ ଅହମ୍ମଦାବାଦର ଗୋଟାଠାରେ ଅନ୍ୟ ତିନିଜଣ ରୁମମେଟଙ୍କ ସହ ରହୁଥିବା ଜଣାପଡ଼ିଛି।
ଯୁବତୀ ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଜଣେ ରୁମମେଟ ତାଙ୍କ ପୁରୁଷ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ କହିଥିଲେ ଯେ ସେ ସେଠାରେ କିଛି ଦିନ ରହିବେ। ମେ ୯ ତାରିଖ ଅପରାହ୍ନରେ ସେ ଶୋଇଥିବା ସମୟରେ ରୁମମେଟଙ୍କ ବନ୍ଧୁ ନିଶାସକ୍ତ ଅବସ୍ଥାରେ ତାଙ୍କ କୋଠରୀକୁ ଆସି ତାଙ୍କ ପାଖରେ ଶୋଇଥିଲେ। ଏବଂ ତାଙ୍କୁ ଅସଦାରଚଣ କରିବା ଆରମ୍ଭ କରିଥିଲେ।
ସେ ରୁମରୁ ବାହାରି ତାଙ୍କ ଅନ୍ୟ ରୁମମେଟଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ଏହି ଘଟଣାପରେ ତାଙ୍କ ତିନିଜଣ ରୁମମେଟ ଓ ରୁମମେଟଙ୍କ ସାଙ୍ଗ ରୁମରୁ ବାହାର ଯାଇଥିଲେ।
Follow Us