‘ମନଦୁଃଖ କରିବ ନାହିଁ, ଜୀବନ ହାରିବାକୁ ବାଧ୍ୟ ହେଉଛି’

ସୁଇସାଇଡ ନୋଟରେ ମନଦୁଃଖ କରିବ ନାହିଁ। ଜୀବନକୁ ଉପଭୋଗ କରିବ। ଆଗକୁ ଯାଇ ବିବାହ କରିଦେବ। ଏହା ଭାବି ବ ନାହିଁ ମୁଁ ଜୀବନ ହାରିବା ପରେ ମରି ଯାଇଛି ଲେଖି ଜୀବନ ହାରିଦେଲେ ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଜଣେ ମହିଳା।

ପ୍ନବପ


ନୂଆଦିଲ୍ଲୀ: ଗୁଜୁରାଟର ବନାସକାଣ୍ଠା ଜିଲ୍ଲାରେ ଜଣେ ମହିଳା ସୁଇସାଇଟ ନୋଟ ଲେଖି ଜୀବନ ହାରି ଦେଇଛି। ଏହି ସୁଇସାଇଟ ନୋଟକୁ ଯିଏ ପଢ଼ୁଛନ୍ତି ଭାବବି‌ହ୍ବୋଳ ହୋଇ ପଡ଼ୁଛନ୍ତି। ଜୀବନ ହାରିଥିବା ମହିଳାଙ୍କ ନାମ ରାଧା ଠାକୋର ବୋଲି ଜଣାପଡ଼ିଛି। 

ସୂଚନାଯୋଗ୍ୟ,ରାଧା ଠାକୋରଙ୍କ ଏକ ବିୟୁଟି ପାର୍ଲର ଥିଲା। କିଛିବର୍ଷ ହେବ ସେ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇ ପାଲନପୁରରେ ନିଜ ଭଉଣୀଙ୍କ ସହିତ ରହୁଥିଲେ।’

ଅଧିକପଢ଼ନ୍ତୁ:ଶାହରୁଖଙ୍କ ଫିଲ୍ମର ସଂଳାପକୁ ଶସ୍ତା କହିଲେ ସମୀର ୱାଙ୍ଖେଡେ

ମୃତ ରାଧାଙ୍କ ଭଉଣୀ ଅଲକା କହିଛନ୍ତି, ‘ମୋର ଭଉଣୀ ଏକ ବିୟୁଟି ପାର୍ଲର ଚଲାଉଥିଲା। ଗତ ରବିବାର ରାତିରେ ସେ କାମରୁ ଘରକୁ ଫେରିବା ପରେ ଆମେ ସାଙ୍ଗ ହୋଇ ଖାଇ ସାରି ଶୋଇପଡ଼ିଥିଲୁ। ତା’ପର ଦିନ ସକାଳେ ଆମେ ତାକୁ ମୃତ ଅବସ୍ଥାରେ କୋଠରି ଭିତରୁ ପାଇଥିଲୁ।

ଏହାପରେ ମୁଁ ତାର ଫୋନ ଖୋଜିଥିଲି। ସେଥିରୁ ଏକ ଭଏସ ରେକର୍ଡିଂ ପାଇଥିଲି। 
ଯେଉଁଥିରେ ସେ କାହାକୁ କହୁଛି, ‘ମୋତେ କ୍ଷମା କରିଦେବ। ମୁଁ ତୁମକୁ ନଜଣାଇ ଭୁଲ ପଦକ୍ଷେପ ନେଉଛି। ମନଦୁଃଖ କରିବ ନାହିଁ। ଜୀବନକୁ ଉପଭୋଗ କରିବ। ଆଗକୁ ଯାଇ ବିବାହ କରିଦେବ। ଏହା ଭାବି ବ ନାହିଁ ମୁଁ ଜୀବନ ହାରିବା ପରେ ମରି ଯାଇଛି। ମନେ ରଖିଥିବ ମୁଁ ସର୍ବଦା ତୁମ ପାଖରେ ରହିଥିବି। ତୁମେ ଖୁସିରେ ରହିଲେ ମୋ ଆତ୍ମାକୁ ଶାନ୍ତି ମିଳିବ।  ମୁଁ ମୋ କାମ ଓ ଜୀବନକୁ ନେଇ ଚାପଗ୍ରସ୍ତ ହୋଇଯାଇଛି। ଏଥିରୁ ମୁକୁଳି ନପାରିବାରୁ ଜୀବନ ହାରିବାକୁ ବାଧ୍ୟ ହେଉଛି।’

ଅଧିକପଢ଼ନ୍ତୁୂ:ନିଜର ଏକମାତ୍ର ସ୍ବପ୍ନ ବିଷୟରେ ଜଣାଇଲେ ଦାମୀ ଖେଳାଳି ସିମରନ

ଏହି ରେକର୍ଡିଂରୁ ଅନୁମାନ କରାଯାଉଛି ରାଧା ବୋଧ ହୁଏ କାହାକୁ ଭଲ ପାଉଥିଲା। କୌଣସି କାରଣବଶତଃ ସେ ଚାପ ଗସ୍ତ ହୋଇଯାଇ ଏଭଳି ପଦ‌‌କ୍ଷେପ ନେଇଛି।’

ପୁଲିସ ଏହି ରେକର୍ଡିଂ ଥିବା ଫୋନକୁ  ଜବତ କରି ରାଧାଙ୍କ ଶରୀରକୁ ବ୍ୟବ‌ଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରି ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe