କୋଟିଏ ଟଙ୍କାର ଅଚଳ ନୋଟ ରଖି ପୁଲିସ୍‌ ହାତରେ ଗିରଫ ହେଲେ ମହମ୍ମଦ ଇବ୍ରାହିମ୍‌

Advertisment
କୋଟିଏ ଟଙ୍କାର ଅଚଳ ନୋଟ ରଖି ପୁଲିସ୍‌ ହାତରେ ଗିରଫ ହେଲେ ମହମ୍ମଦ ଇବ୍ରାହିମ୍‌

ଗାନ୍ଧୀନଗର: ଗୁଜୁରାଟର ଜାମନଗର ଜିଲ୍ଲାର ଜଣେ ବ୍ୟକ୍ତି ୧ କୋଟି ଟଙ୍କାର ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରଖିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଗକୁ ଥିବା ନିର୍ବାଚନ ପାଇଁ ପୁଲିସ୍‌ ପେଟ୍ରାଲିଂ କରୁଥିବା ସମୟରେ ଏହି ବ୍ୟକ୍ତି ଜଣକ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ମହମ୍ମଦ ଇବ୍ରାହିମ୍‌ କ୍ୟୁରସି(୬୦)। ପୁଲିସ୍‌ ଚେକିଂ ସମୟରେ ମହମ୍ମଦ ଅଚଳ ନୋଟ୍‌ ଧରି ଦୌଡୁଥିବା ସମୟରେ ପୁଲିସ୍‌ ହାତରେ ଧରାପଡ଼ିଥିଲେ। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପରେ ତାଙ୍କ ନିକଟରୁ ୧୩,୦୦୦ଟି ଅଚଳ ୫୦୦ ଟଙ୍କିଆ ଏବଂ ୩,୫୦୦ଟି ୧୦୦୦ ଟଙ୍କିଆ ନୋଟ୍‌ ଜବତ କରିଛି।  ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି ନିକଟରେ ୧୦ଟି ରୁ ଊର୍ଧ୍ୱ ଅଚଳ ନୋଟ୍‌ ଦେଖିଲେ ତାଙ୍କୁ ଗିରଫ କରାଯାଇପାରେ। ସେଥିପାଇଁ ସର୍ବନିମ୍ନ ୧୦,୦୦୦ ଟଙ୍କାର ଜରିମାନା ମଧ୍ୟ ରହିଛି।

ପୂର୍ବରୁ ଏହିପରି ଅନେକ ଗିରଫ ହୋଇ ସାରିଛନ୍ତି। ନିକଟରେ ଦିଲ୍ଳୀରେ ୪.୬୫ କୋଟି ଟଙ୍କାର ପୁରୁଣା ନୋଟ ରଖିଥିବା ଅଭିଯୋଗରେ ୫ ଜଣ ଗିରଫ ହୋଇଥିଲେ। ସେହିପରି ହାଇଦ୍ରାବାଦ୍‌ରେ ୯୯ ଲକ୍ଷ ଟଙ୍କାର ଅଚଳ ନୋଟ୍‌ ରଖିଥିବା ଅଭିଯୋଗରେ ୫ ଜଣ ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe