ଚଉଠି ରାତିରେ ପର୍ଣ୍ଣ ଭିଡିଓ ଦେଖାଇ ଅପ୍ରାକୃତିକ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ସ୍ବାମୀ, ପରେ ସ୍ତ୍ରୀ କଲା ଏଭଳି କାମ

Advertisment
ଚଉଠି ରାତିରେ ପର୍ଣ୍ଣ ଭିଡିଓ ଦେଖାଇ ଅପ୍ରାକୃତିକ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ସ୍ବାମୀ, ପରେ ସ୍ତ୍ରୀ କଲା ଏଭଳି କାମ

timesofindia.indiatimes.com

ବଡ଼ୋଦରା : ନିଜ ବିବାହ ଓ ନିଜ ସ୍ବାମୀକୁ ନେଇ ଅନେକ ବଡ଼ ବଡ଼ ସ୍ବପ୍ନ ଦେଖିଥାନ୍ତି ମହିଳା। କିନ୍ତୁ ବିବାହ ପରେ କିଛି ଲୋକଙ୍କ ସ୍ବପ୍ନ ପୂରା ହୁଏ ତ କିଛି ଲୋକଙ୍କ ସ୍ବପ୍ନ ଅଧୁରା ରହି ଯାଇଥାଏ।  ଗୁଜୁରାଟର ଭଦୋଦରାରେ ଏଭଳି ଏକ ଘଟଣା ଘଟିଛି। ବିବାହ ପରେ ଚଉଠି ରାତିରେ ସ୍ବାମୀର ଅସଲ ଋପ ଦେଖି ଚମକି ପଡ଼ିଥିଲେ ନବ ବିବାହିତା। ଯାହାକୁ ନେଇ ‌ସେ ‌ଏତେ ବଡ଼ ବଡ଼ ସ୍ବପ୍ନ ଦେଖିଥିଲେ, ସେ ଯେ ଏଭଳି କରିବ, ତାହା ସେ ସ୍ବପ୍ନରେ ଭାବି ନ ଥିଲେ। ଚଉଠି ରାତିରେ ପର୍ଣ୍ଣ ଭିଡିଓ ଦେଖି ଅପ୍ରାକୃତିକ ଶାରୀରିକ ସଂପର୍କ ରଖିବାକୁ ସ୍ବାମୀ ଚେଷ୍ଟା କରିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୀଡ଼ିତା। ଘଟଣାର କିଛି ଦିନ ପରେ ଏ ନେଇ ସେ ହଲୋଲ ପୁଲିସ ପାଖରେ ପହଞ୍ଚି ଅଭିଯୋଗ କରିଥିବା ଜଣା ପଡ଼ିଛି।

ପଞ୍ଚମହଲରେ ରହୁଥିବା ପୀଡ଼ିତା କହନ୍ତି, ‘ଡିସେମ୍ବର ୧୩ ତାରିଖରେ ପରିବାର ଲୋକଙ୍କ ସହମତିରେ ମୋର ବିବାହ ହୋଇଥିଲା। ବିବାହ ପରେ ଡିସେମ୍ବର ୧୪ରେ ଆମେ ଦୁହେଁ ଏକ ହୋଟେଲକୁ ଯାଇଥିଲୁ। ସେଠାରେ ମୋ ସ୍ବାମୀ ମୋତେ ଅଶ୍ଲୀଳ ଫଟୋ ଓ ଭିଡିଓ ଦେଖାଇବା ସହ ସେହି ଭଳି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ମୁଁ ମନା କରିବାରୁ ସେ ମୋ ସହ ଜୋର ଜବରଦସ୍ତ କରିଥିଲେ, ଯାହା ପରେ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ଆମେ ସେଠାରୁ ଚାଲି ଆସିଥିଲୁ।’

Image result for marriage arjunshivaram.wordpress.com

ପୀଡ଼ିତାଙ୍କ ଅଭିଯୋଗ ରଖି ଏବେ ପୁଲିସ ଅଭିଯୁକ୍ତ ସ୍ବାମୀ ବିରୋଧରେ ଧାରା ୩୭୭ଅନୁଯାୟୀ ଏତଲା ରୁଜୁ କରିଛି। ଏହା ସହ ପୀଡ଼ିତ‌ା ଛାଡ଼ପତ୍ର ପାଇଁ ମଧ୍ୟ ଆବେଦନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe