ମାନବିକତାର ମୃତ୍ୟୁ: ଛାତ ଉପରୁ ଫିଙ୍ଗି ମାଆକୁ ହତ୍ୟା କରିଥିବା ପ୍ରାଧ୍ୟାପକ ପୁଅ ଗିରଫ

Advertisment
ମାନବିକତାର ମୃତ୍ୟୁ: ଛାତ ଉପରୁ ଫିଙ୍ଗି ମାଆକୁ ହତ୍ୟା କରିଥିବା ପ୍ରାଧ୍ୟାପକ ପୁଅ ଗିରଫ

ରାଜକୋଟ: ଆମେ ଆଜି କେବଳ ଗ୍ରନ୍ଥକୀଟ ହୋଇଛନ୍ତି। ଆମ ଭିତରେ ମରି ଯାଇଛି ମାନବିକତା। ବିଜ୍ଞାନ, କାରୀଗରି ବିଦ୍ୟାର ବିକାଶ ଆମକୁ ଏମିତି କରିଛି ଯେ ଆମେ ମାନବୀୟ ସମ୍ବେଦନଶୀଳତାକୁ ହରାଇ ସାରିଛନ୍ତି। ଏହିପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗୁଜରାଟ୍‌ର ରାଜକୋଟରେ। ଜଣେ ସହକାରୀ ପ୍ରାଧ୍ୟାପକ ତାଙ୍କ ରୋଗିଣା ମାଆଙ୍କୁ ଛାତ ଉପରୁ ଫିଙ୍ଗି ହତ୍ୟା କରିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି।ଘଟଣା ଯଦିଓ ଗତବର୍ଷ ସେପ୍ଟେମ୍ବର ମାସରେ ଘଟିଥିଲା, ମାତ୍ର ଏହି ନରାଧମ ପୁଅଙ୍କୁ ପୁଲିସ ଏବେ ଗିରଫ କରିଛି।

publive-image Photo by : huffpost.com

ପୁଲିସ ସୂତ୍ରରୁ ପ୍ରକାଶ ଯେ ୩୬ ବର୍ଷୀୟ ସନ୍ଦୀପ ନାଥଓ୍ଵାନି ରାଜକୋଟ୍‌ର ଏକ ଫାର୍ମାସି କଲେଜ୍‌ରେ ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରନ୍ତି। ଗତ ସେପ୍ଟମ୍ବର ୨୯ ତାରିଖ ଦିନ ସନ୍ଦୀପ ତାଙ୍କ ରୋଗିଣା ମାଆ ଜୟଶ୍ରୀବେନଙ୍କ ଉପରେ ବିରକ୍ତ ହୋଇ ତାଙ୍କୁ ନେଇ ଛାତ ଉପରୁ ତଳକୁ ପକାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜୟଶ୍ରୀବେନଙ୍କର ମୃତ୍ୟୁ ଘଟିିଥିଲା। ତେବେ ପ୍ରଥମେ ନାଥଓ୍ଵାନି ପରିବାରଙ୍କ ପକ୍ଷରୁ କୁହାଯାଇଥିିଲା ଯେ ଜୟଶ୍ରୀବେନ୍‌ ଛାତ ଉପରୁ ଅସାବଧାନତାବଶତଃ ପଡ଼ିଯିବାରୁ ମୃତ୍ୟୁବରଣ କରିଛନ୍ତି। ତେବେ ଏହି ଘଟଣା ନେଇ ପୁଲିସକୁ କେହି ଜଣେ ଗୁପ୍ତରେ ଚିଠି ଲେଖିି ଘଟଣା ସମ୍ପର୍କରେ ଅବଗତ କରିବା ପରେ ପୁଲିସ ମୂଳରୁ ଘଟଣାର ପୁନଃ ତଦନ୍ତ ଆରମ୍ଭ କରିଥିଲା।
ଏ ସମ୍ପର୍କରେ ରାଜକୋଟ୍‌ ଡିସିପି କରଞ୍ଜରାଜ ବାଘେଲା କହିଛନ୍ତି ଯେ ନିକଟସ୍ଥ ଆପାର୍ଟମେଣ୍ଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରୁ ଫୁଟେଜ୍‌ ସଂଗ୍ରହ କରି ପୁଲିସ ଯାଞ୍ଚ କରିବାରୁ ଜାଣିପାରିଥିଲା ଯେ ଯେଉଁ ସମୟରେ ଜୟଶ୍ରୀବେନ୍‌ ଛାତ ତଳକୁ ପଡ଼ିଥିଲେ ସେହି ସମୟରେ ଛାତ ଉପରେ ଜୟଶ୍ରୀବେନଙ୍କ ସହିତ ସନ୍ଦୀପ ଥିଲେ। ତେବେ ପ୍ରଥମେ ଏହି ହତ୍ୟାକାଣ୍ଡରେ ସାମିଲ ଥିବାନେଇ ସନ୍ଦୀପ ମନା କରିଥିଲେ, ମାତ୍ର ପରେ ନିଜ ଅପରାଧ ସ୍ୱୀକାର କରି ନେଇଥିଲେ ବୋଲି ଶ୍ରୀ ବାଘେଲା କହିଛନ୍ତି। ସେ ତାଙ୍କ ମାଆଙ୍କ ବିଭିନ୍ନ ରୋଗ ନେଇ ବିରକ୍ତ ହୋଇ ଯାଇଥିଲେ। ଘଟଣାଦିନ ସେ ତାଙ୍କ ମା ଜୟଶ୍ରୀବେନଙ୍କୁ ସାଙ୍ଗରେ ନେଇ ଛାତ ଉପରୁ ଧକ୍କା ଦେଇ ତଳକୁ ପକାଇ ଦେଇଥିଲେ ବୋଲି ସନ୍ଦୀପ ସ୍ୱୀକାର କରିଛନ୍ତି ବୋଲି ଶ୍ରୀ ବାଘେଲା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe