ରାମରହିମଙ୍କ ସମର୍ଥକ ଏହି ସ୍ଥାନରେ ଚଳାଉଥିଲା ସେକ୍ସ ରାକେଟ, ପୁଲିସ ପହଞ୍ଚିବା ପୂର୍ବରୁ ସୁଢ଼ଙ୍ଗ ଦେଇ ଫେରାର

Advertisment
ରାମରହିମଙ୍କ ସମର୍ଥକ ଏହି ସ୍ଥାନରେ ଚଳାଉଥିଲା ସେକ୍ସ ରାକେଟ, ପୁଲିସ ପହଞ୍ଚିବା ପୂର୍ବରୁ ସୁଢ଼ଙ୍ଗ ଦେଇ ଫେରାର

କୋଲକାତା: ପଶ୍ଚିମ ବଙ୍ଗର କୋଲକାତାସ୍ଥିତ ବଡ଼ ବଜାର ପୁଲିସ ଏକ ସେକ୍ସ ର‍୍ୟାକେଟର ପର୍ଦ୍ଦାଫାସ କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ପୁଲିସ ମୁତାବକ, ଏହି ରାକେଟର ମାଷ୍ଟର ମାଇଣ୍ଡ ପ୍ରମୋଦ ସିଂଘାନିଆ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ସମର୍ଥକ ବୋଲି କୁହାଯାଉଛି। ଅଭିଯୁକ୍ତ ପ୍ରମୋଦ ଏକ ଗେଷ୍ଟ ହାଉସ୍‌ରେ ଦେହ ବ୍ୟବସାୟ ଚଳାଉଥିଲା। ଏହି ଦେହ ବ୍ୟବସାୟ ସମ୍ପର୍କରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଆକସ୍ମିକ ଭାବେ ଏହି ଗେଷ୍ଟ ହାଉସ୍‌ ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଆଖିରେ ଧୁଳି ଦେଇ ଅଭିଯୁକ୍ତ ପ୍ରମୋଦ ସିଂଘାନିଆ ଏକ ସୁଢ଼ଙ୍ଗ ଜରିଆରେ ଫେରାର ହୋଇଯାଇଥିଲା।

publive-image

କୁହାଯାଉଛି କି, ପୁଲିସ ଯଦି କେବେ ଏହି ଗେଷ୍ଟ ହାଉସ୍‌ ଉପରେ ଚଢ଼ାଉ କରେ, ତେବେ ପୁଲିସ ହାତରୁ ବଞ୍ଚିବା ପାଇଁ ପ୍ରମୋଦ ଘର ଭିତରେ ସୁଢ଼ଙ୍ଗ କରି ରଖିଥିଲା। ଯାହାକୁ ମାଧ୍ୟମ କରି ସେ ବାହାରକୁ ବାହରି ପାରିବ। ସୁଢ଼ଙ୍ଗ ସମ୍ମୁଖରେ ଲାଗିଥିବା କାଠ କବାଟ କପଡ଼ା ଦ୍ୱାରା ଢ଼ଙ୍କା ହୋଇଥିଲା। ଫଳରେ କେହି ହେଲା ଠଉରାଇ ପାରିବେ ନାହିଁ କି ଏଠାରେ ଏକ ସୁଢ଼ଙ୍ଗ ଅଛି ବୋଲି।

publive-image

ଅନ୍ୟପକ୍ଷରେ ପୁଲିସ କହିଛି, ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ କି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଗୁରୁ ବୋଲି ମାନୁଥିବା ପ୍ରମୋଦ ସିଂଘାନିଆ ନିଜର ଏହି ଗେଷ୍ଟ ହାଉସ୍‌ରେ ଦେହ ବ୍ୟବସାୟ ଚଳାଇ ଆସୁଥିଲା। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାବେ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ମଧ୍ୟ ରଖିଥାଏ। ଏହି କୋଠାରେ ୨୫ଟି କେବିନ୍‌ ରହିଥିଲା, ସମସ୍ତ କେବିନ୍‌ ବିଛଣା ବି ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଡିସେମ୍ବର ୨୫ରେ ପ୍ରାମଦ ସିଂଘାନିଆଙ୍କ ଗେଷ୍ଟ ହାଉସ୍‌ରେ ସ୍ଥାନୀୟଲୋକମାନେ କେବିନ୍‌ରେ ଏକ ଯୋଡ଼ାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ନେଇଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଲୋକମାନେ ଏହି ଘଟଣାରେ ଉତ୍ତୋଜିତ ହୋଇ ଗେଷ୍ଟ ହାଉସ୍‌ ଭିତରେ ପଶିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ପ୍ରମୋଦ ସିଂଘାନିଆ ଓ ଦେହ ବ୍ୟବସାୟ କରୁଥିବା ନାବାଳିକା ସୁଢ଼ଙ୍ଗ ଦେଇ ଫେରାର ହୋଇଯାଇଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରମୋଦ ସିଂଘାନିଆଙ୍କୁ ଧରିବା ପାଇଁ ତଦନ୍ତ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe