ଗାଡ଼ି ଚଳାଇବା ବେଳେ ଆଖି ଲାଗିଯିବାରୁ ୨ଯୁବକଙ୍କୁ ଧକ୍କା ଦେଲେ ଇଞ୍ଜିନିୟର, ଚାଲିଗଲା ଜଣକ ଜୀବନ

t

ଗୁରୁଗ୍ରାମ: ପୁଣି ଦ୍ରୁତଗତି ନେଲା ଜୀବନ। ରାସ୍ତାରେ କଡ଼ରେ ଠିଆ ହୋଇ ସାଙ୍ଗ ସହ ଭବିଷ୍ୟତ ବିଷୟରେ ଗପୁଥିଲେ। ହେଲେ କିଏ ଜାଣିଥିଲା ଏକ ଦ୍ରୁତଗାମୀ କାର୍ ତାଙ୍କ ଆଡ଼କୁ ଏଭଳି ମାଡ଼ିଆସିବ ଏବଂ ତାଙ୍କ ଭବିଷ୍ୟତର ଯୋଜନା ଏଭଳି ଅଧାରେ ରହିଯିବ। ଏହି ହୃଦୟଥରା ଘଟଣା ଜୁନ୍ ୨୪ ତାରିଖ ରାତି ୩ଟାରେ ଘଟିଥିବା ବେଳେ ଏବେ ଏହାର ଭିଡିଓ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟଜଣକର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ହେଲା ହର୍ଷ।

ମିଳିଥିବା ସୂଚନା ମୁତାବକ, ହର୍ଷ ଏବଂ ତାଙ୍କ ସାଙ୍ଗ ମୋକ୍ଷ ଭୋର୍ ୩ଟାରେ ମୋଟରସାଇକେଲ ଯୋଗେ ଦିଲ୍ଲୀ-ଜୟପୁର ରାଜପଥ ପାର୍ଶ୍ୱରେ ଥିବା ଚଞ୍ଚଲ ଢାବାରେ ପହଞ୍ଚିଥିଲେ। ମୋକ୍ଷଙ୍କ କହିବା ମୁତାବକ, ଢାବାରେ ଭିଡ଼ ଥିବାରୁ ଆମେ ଆମର ପାଳିକୁ ଅପେକ୍ଷା କରିଥିଲୁ। ଏହି ସମୟରେ, ହର୍ଷ ଜଣେ ପୁରୁଣା ବନ୍ଧୁ ଅଭିଷେକଙ୍କୁ ଭେଟିବାକୁ ବାହାରକୁ ଯାଇଥିଲେ। ଦୁହେଁ ସର୍ଭିସ୍ ଲେନର ରେଲିଂ ପାଖରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ୩୧ବର୍ଷୀୟ ସିଭିଲ୍ ଇଞ୍ଜିନିୟର ମୋହିତ୍ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଏହା ପରେ ସେ ସେଠାରୁ ଚାଲିଯାଇଥିଲା।

ପୁଲିସ ଏବେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ କହିଛି ଯେ, ମୁଁ କାମରୁ ଘରକୁ ଫେରୁଥିବା ବେଳେ ମୋତେ ନିଦ ଲାଗିଥିଲା। ବହୁ କଷ୍ଟରେ ମୁଁ ଘରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ମୋ ଆଖି ଲାଗିବାରୁ ଦୁଇ ଯୁବକଙ୍କୁ ମୁଁ ଧକ୍କା ଦେଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe