ମୃତ୍ୟୁ ପୂର୍ବରୁ ଦୁଇଟି ଲାଇଭ୍‌ ଭିଡିିଓ ବନାଇଲେ, ପ୍ରଥମ ଭିଡିିଓରେ ଆତ୍ମହତ୍ୟାର ପ୍ରସ୍ତୁତି କରୁଥିବା ବେଳେ ଦ୍ୱିତୀୟରେ ପଙ୍ଖାରୁ ଝୁଲି ପଡ଼ିଲେ ଯୁବକ

Advertisment
ମୃତ୍ୟୁ ପୂର୍ବରୁ ଦୁଇଟି ଲାଇଭ୍‌ ଭିଡିିଓ ବନାଇଲେ, ପ୍ରଥମ ଭିଡିିଓରେ ଆତ୍ମହତ୍ୟାର ପ୍ରସ୍ତୁତି କରୁଥିବା ବେଳେ ଦ୍ୱିତୀୟରେ ପଙ୍ଖାରୁ ଝୁଲି ପଡ଼ିଲେ ଯୁବକ

aajtak.intoday.in

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଜଣେ ଯୁବକଙ୍କ ଲାଇଭ୍‌ ଆତ୍ମହତ୍ୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକଙ୍କ ଏପରି କରିବା ପଛରେ ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ଏ ନେଇ ପୁଲିସ ଆଗରେ ମଧ୍ୟ କୌଣସି ଅଭିଯୋଗ କରାଯାଇ ନଥିବା ଜଣାପଡ଼ିଛି । ଏହା ସହ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କର ଅନ୍ତିମ ସଂସ୍କାର କରି ସାରିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ସେ ଏପରି କରିଛନ୍ତି ବୋଲି ଜଣା ପଡ଼ିବା ସହ ଏହି କାରଣ ପାଇଁ ପରିବାର ଲୋକ ପୁଲିସରେ ଅଭିଯୋଗ କରି ନଥିବା ସୂଚନା ମିଳିଛି ।

publive-image Forensic Outreach

ଅମିତ୍‌ ଚୌହାନ୍‌ ନାମକ ଜଣେ ଯୁବକ ସୋମବାର ସଂନ୍ଧ୍ୟା ସମୟରେ ଫେସବୁକରେ ଲାଇଭ୍‌ କରିବା ଆରମ୍ଭ କରିଥିଲେ । ଏହି ଭିଡ଼ିଓରେ ସେ କମ୍ବଳକୁ ଧରି ଆତ୍ମହତ୍ୟାର ପ୍ରସ୍ତୁତି କରୁଥିବା ଦେଖା ଯାଇଥିଲା । ଏହାକୁ ଦେଖି ତାଙ୍କ ସାଙ୍ଗମାନେ ଥଟ୍ଟା କରିବାକୁ ଲାଗିଥିଲେ । ଠିକ୍‌ ସେହି ସମୟରେ ଲାଇଭ୍‌ ଭିଡ଼ିଓ ବନ୍ଦ ହୋଇଯାଇଥିଲା । ବନ୍ଦ ହେବାର କିଛି ସମୟ ପରେ ଅମିତ୍‌ ପୁଣି ଥରେ ଲାଇଭ୍‌ ଆରମ୍ଭ କରିବା ସହ କେହି କିଛି ଭାବିବା ପୂର୍ବରୁ ପଙ୍ଖାରେ ଝୁଲି ପଡ଼ିଥିଲେ । ଏହି ଦୃଶ୍ୟ ଲାଇଭ୍‌ ଘଟୁଥିବା ବେଳେ ଏହାକୁ ଦେଖି ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe