ଛୋଟ କଥାକୁ ନେଇ ଘରେ ପଶି ଦଳିତ ମହିଳାଙ୍କ ନାକ କାଟିଲେ ଦୁର୍ବୃତ୍ତ

Advertisment
ଛୋଟ କଥାକୁ ନେଇ ଘରେ ପଶି ଦଳିତ ମହିଳାଙ୍କ ନାକ କାଟିଲେ ଦୁର୍ବୃତ୍ତ

indiatimes.com

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମରେ ଜଣେ ଦଳିତ ଯୁବତୀଙ୍କ ନାକ କାଟି ଦିଆ ଯାଇଥିବା ଖବର ମିଳିଛି। ଛୋଟ କଥାକୁ ନେଇ ପ୍ରଥମେ ଝଗଡ଼ା ହେବା ପରେ କିଛି ଦୁର୍ବୃତ୍ତ ଦଳିତ ମହିଳାଙ୍କ ଘରକୁ ପ୍ରବେଶ କରି ତାଙ୍କ ନାକ କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ପୀଡ଼ିିତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣାଟି ଗୁରୁଗ୍ରାମର ଚକ୍ରପୁରରେ ଘଟିଥିବା ଜଣାପଡ଼ିଛି। ଏ ନେଇ ପୁଲିସରେ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ।

Related image israelnationalnews.com

ଅଭିଯୋଗ ମୁତାବକ, ଚକ୍ରପୁରରେ ଥିବା ଅମ୍ବେଦକର କଲୋନୀରେ ରହୁଥିବା ପୀଡ଼ିତାଙ୍କ ଘରେ ୫ଜଣ ଅଭିଯୁକ୍ତ ପଶିଥିଲେ। ପ୍ରଥମେ ପୀଡ଼ିତାଙ୍କ ଭାଇ ଓ ପରିବାର ଲୋକଙ୍କୁ ଅଭିଯୁକ୍ତମାନେ ମାଡ଼ ମାରୁଥିବା ବେଳେ ସେମାନଙ୍କୁ ରକ୍ଷା କରିବା ପାଇଁ ଆସିଥିଲେ ପୀଡ଼ିତା। ଏହା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ଅପହରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଫଳ ନ ହେବା ପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ନାକ କାଟି ଦେଇଥିଲେ। ଏହା ପରେ ଜୀବନରୁ ମାରିବାର ଧମକ ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe