ସ୍କୁଲ ଯାଉଥିବା ଛାତ୍ରୀଙ୍କୁ ବାଟରେ ଅଟକାଇ ମଥାରେ ସିନ୍ଦୁର ଦେଇ, ଫେରାର ହୋଇଗଲା ନାବାଳକ

ସ୍କୁଲ ଯାଉଥିବା ଛାତ୍ରୀଙ୍କୁ ବାଟରେ ଅଟକାଇ ମଥାରେ ସିନ୍ଦୁର ଦେଇ, ଫେରାର ହୋଇଗଲା ନାବାଳକ

ହରିୟାଣା: ହରିୟାଣା ଗୁରୁଗ୍ରାମର ଫରୁନଗରରେ ଜଣେ ନାବାଳକ ଜଣେ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରେ ଅଟକାଇ ମଥାରେ ସିନ୍ଦୁର ଦେବା ସହ ଧମକ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀରେ ପାଠପଢ଼େ। ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତ ବି ନାବାଳକ ଥିବା କୁହାଯାଉଛି।

publive-image

ପୁଲିସ ସୂତ୍ରରୁ ପ୍ରକାଶ, ଗତ ମଙ୍ଗଳବାର ୨୦ ତାରିଖରେ ଅଭିଯୁକ୍ତକୁ କାବୁ କରି ବୁଧବାର  ସନ୍ଧ୍ୟାରେ ଜୁବେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଥିଲା। ଏହି ଘଟଣା ସୋମବାର ଦିନ ଘଟିଛି। ନାବାଳିକା ଫର୍ରୁଖନଗର ଗ୍ରାମର ମହଚାନାରେ ବସବାସ କରେ। ଯେତେବେଳେ ସେ ଗ୍ରାମର ଏକ ସ୍କୁଲକୁ ପଢ଼ିବାକୁ ଯାଉଥିଲା, ସେହି ଗ୍ରାମର ଜଣେ ନାବାଳକ ରାସ୍ତାରେ ତାକୁ ଅଟାଇଥିଲା। ଏହାପରେ ନାବଳିକାକୁ ଧମକାଇବା ସହିତ ତାର ମଥାରେ ସିନ୍ଦୁର ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାପରେ ନାବାଳିକା ଆଉ ସ୍କୁଲ ନଯାଇ ଘରକୁ ଚାଲି ଆସି ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲା। ଏହା ପରେ ଉକ୍ତ ନାବାଳକ ବିରୋଧରେ ପୋସ୍କୋ ଆକ୍ଟ ଆଧାରରେ ଧାରା ୧୨ରେ ମାମଲା ରୁଜୁ କରାଯାଇଛି।

ଅଭିଯୋଗ ପରେ ନାବାଳକକୁ ଗିରଫ କରାଯାଇଛି। ଯାଞ୍ଚରୁ ଏହା ଜଣେ ପଡ଼ିଛି ଅଭିଯୁକ୍ତ ପୂର୍ବରୁ ସେହି ଗ୍ରାମର ସ୍କୁଲରେ ପାଠପଢ଼ୁଥିଲା। ଯେଉଁଠାରେ ନାବାଳିକା ପଢ଼ୁଛି। ଚଳିତବର୍ଷ ଅଭିଯୁକ୍ତ ସ୍କୁଲ ଛାଡ଼ି ଦେଇଥିଲା। ଯଦି ନାବାଳିକା ଆଣିଥିବା ଅଭିଯୋଗ ସତ ସାବ୍ୟସ୍ତ ହେଲା ତେବେ ଅଭିଯୁକ୍ତକୁ ତିନିବର୍ଷ ଜେଲଦଣ୍ଡ ହୋଇପାରେ ବୋଲି ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe