ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟେରା ଦିନ ଦ୍ବିପହରେ ଲୁଟି ନେଲେ ୧କୋଟି ଟଙ୍କା

Advertisment
ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟେରା ଦିନ ଦ୍ବିପହରେ ଲୁଟି ନେଲେ ୧କୋଟି ଟଙ୍କା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଗୁରୁଗ୍ରାମରେ ଦିନକୁ ଦିନ ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଗୁରୁଗ୍ରାମରେ ଟଙ୍କା ଭର୍ତ୍ତି ଭ୍ୟାନରୁ ଲୁଟେରା ଏକକୋଟି ଟଙ୍କା ଲୁଟି ନେଇଥିବା ଖବର ମିଳିଛି।

୪ରୁ ୫ ଜଣ ଲୁଟେରା ହାତରେ ବନ୍ଧୁକ ଧରି ଟଙ୍କା ଭର୍ତ୍ତି ଥିବା ଭ୍ୟାନ ଚଲାଉ ଥିବା ଚାଳକ ଓ ସେଥିରେ ବସିଥିବା କର୍ମଚାରୀଙ୍କ ଆଖିରେ ହଠାତ ଲଙ୍କା ଗୁଣ୍ଡ ଫିଙ୍ଗି ଦେଇଥିଲେ। ଯାହାଫଳରେ କର୍ମଚାରୀ ଓ ଚାଳକ କିଛି ବୁଝି ପାରି ନଥିଲେ। ଏହା ସତ୍ତ୍ବେ ବି  ଭ୍ୟାନରୁ ଟଙ୍କା ଲୁଟ ହେଉଥିବା ଦେଖି ଆଖିରେ ଯନ୍ତ୍ରଣା ହେଉଥିବା ପରେ ବି  ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କର୍ମଚାରୀ ଓ ଚାଳକ। କିନ୍ତୁ ଲୁଟେରା ବନ୍ଧୁକ ଭୟ ଦେଖାଇ ଏହି ଲୁଟ କରିଥିବା ଖବର ମିଳିଛି।

ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ପୁଲିସ ଘଟଣା ଘଟିଥିବା ସ୍ଥାନରେ ଲାଗିଥିବା କିଛି ସିସିଟିଭି ଫୁଟେଜରୁ ଲୁଟେରା ଯେଉଁ ଗାଡ଼ିରେ ଲୁଟ କରିବାକୁ ଆସିଥିଲେ, ଉକ୍ତ ଗାଡ଼ିର ନମ୍ବର  ଓ ଲୁଟେରାଙ୍କୁ ଚିହ୍ନଟ ପାଇଁ ଚେଷ୍ଟା ଚଲାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe