ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗୁରୁଗ୍ରାମରେ ମା’ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଦୁର୍ବୃତ୍ତମାନେ ଛୁଆକୁ ଅପହରଣ କରି ନେଇଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଥିଲା।
ଅଧିକପଢ଼ନ୍ତୁ:ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେମୁଣା ତହସିଲଦାର ବିଦ୍ୟାଧର ପତି ଭିଜିଲାନ୍ସ ଦ୍ବାରା ଗିରଫ
ଗୁରୁଗ୍ରାମର ସୁରାରସ୍ଥିତ ସିପି କଲୋନିରେ ଗୁରୁବାର ସକାଳେ ବ୍ୟବସାୟୀ ରାହୁଲ ଗୁପ୍ତାଙ୍କ ସ୍ତ୍ରୀ ତାଙ୍କ ପୁଅ ଶିବାୟଙ୍କୁ ସ୍କୁଲ ବସ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ଘରୁ ବାହାରିଥିଲେ। ଏହି ସମୟରେ ଲାଲ ରଙ୍ଗର ପଲସର ବାଇକରେ ଆସି ଦୁର୍ବୃତ୍ତ ମା’ ଆଖିରେ ଲଙ୍କାଗୁଣ୍ଡ ପକାଇ ଛୁଆକୁ ଛଡ଼ାଇ ନେଇଥିଲେ।
ଅଧିକପଢ଼ନ୍ତୁ:ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ପରିବାରକୁ ଭେଟିଲେ ସ୍ନେହାଙ୍ଗିନୀ ଛୁରିଆ
ଦିବାଆଲୋକରେ ଅପହରଣ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସହରରୁ ବାହାରକୁ ଯିବା ପାଇଁ ଥିବା ସମସ୍ତ ରାସ୍ତା ବନ୍ଦ କରି ଦେଇଥିଲା। ପୁଲିସ ଏହି ଅପହରଣ ଘଟଣାର ଯାଞ୍ଚ ଜାରି ରଖିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଅପହରଣକାରୀଙ୍କ ପୁଲିସ କୌଣସି ପ୍ରକାର ସୂଚନା ପାଇ ପାରି ନାହିଁ।