ମଇଁଷି ରାସ୍ତାରେ ମଳତ୍ୟାଗ କରିବାରୁ ମାଲିକଙ୍କୁ ୯ହଜାର ଟଙ୍କା ଜରିମାନା

Advertisment

ନଗରନିଗମର ନିର୍ଦ୍ଦେଶକୁ ଅଣଦେଖା: ମଇଁଷି ରାସ୍ତାରେ ମଳତ୍ୟାଗ କରିବାରୁ ମାଲିକଙ୍କୁ ୯ହଜାର ଜରିମାନା। ଏହା ପ୍ରଥମଘଟଣା ନୁହେଁ। ଏହା ପୂର୍ବରୁ ବି ଅନେକ ପଶୁପାଳକଙ୍କୁ ହୋଇଛି ଜରିମାନା।

Updated On

ନଗରନିଗମର ନିର୍ଦ୍ଦେଶକୁ ଅଣଦେଖା: ମଇଁଷି ରାସ୍ତାରେ ମଳତ୍ୟାଗ କରିବାରୁ ମାଲିକଙ୍କୁ ୯ହଜାର ଜରିମାନା। ଏହା ପ୍ରଥମଘଟଣା ନୁହେଁ। ଏହା ପୂର୍ବରୁ ବି ଅନେକ ପଶୁପାଳକଙ୍କୁ ହୋଇଛି ଜରିମାନା।

ଅଦ୍ୟତନ ହୋଇଛି
ନବପନଦ


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରେ ଜଣେ ମଇଁଷି ମାଲିକଙ୍କ ବିରେ‌ାଧରେ ୯ହଜାର ଟଙ୍କା ଜରିମାନା । କାରଣ ସେ ପାଳିଥିବା ମଇଁଷି ରାସ୍ତା ମଳତ୍ୟାଗ କରିବା ସହିତ ଉକ୍ତ ମଳଦ୍ବାରା ଆଖପାଖ ସ୍ଥାନ ଅପରିଷ୍କାର ହୋଇପଡ଼ିଥିବାରୁ ନଗରନିଗମ ଏହି ଜରିମାନା ଲାଗୁ କରିଛନ୍ତି।

ସୂଚନାଯୋଗ୍ୟ, ଗ୍ବାଲିୟରରେ ସ୍ବଚ୍ଛତା ସର୍ବେକ୍ଷଣ ଆଧାରରେ ବିଶେଷ ଅଭିଯାନ ଆରମ୍ଭ ହୋଇଛି। ସହରରେ ଲୋକମାନେ ଯାତାୟାତ କରୁଥିବା ସ୍ଥାନମାନଙ୍କରେ ପଶୁପାଳକମାନେ ସେମାନଙ୍କ ପଶୁମାନଙ୍କୁ ବାନ୍ଧି ଦେଇଥାଆନ୍ତି। ତେବେ ରାସ୍ତାରେ ପଶୁମାନଙ୍କୁ ଏପରି ନବାନ୍ଧିବା ପାଇଁ ପଶୁପାଳକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ବେ ବି ଗତ ଗୁରୁବାର ସିରୋଲ ରୋଡସ୍ଥିତ ରାସ୍ତାରେ ମାଲିକ ତାଙ୍କ ମାଇଁଷିକୁ ବାନ୍ଧି ଦେଇଥିଲେ। 

 ଫଳରେ ମଇଁଷି ଉକ୍ତ ରାସ୍ତାରେ ମଳତ୍ୟାଗ କରି ଅପରିଷ୍କାର କରି ଦେଇଥିଲା। ଯେଉଁ କାରଣରୁ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। 

ନଗରନିଗମ ଟିମ ରାସ୍ତାରେ ଯାଉଥିବା ବେଳେ ମଇଁଷି ଲୋକଙ୍କ ଯିବା ଆସିବା ରାସ୍ତାରେ ମଳତ୍ୟାଗ କରିବା ଦେଖି ଘଟଣାସ୍ଥଳକୁ ତାକୁ ଉଠାଇ ନେଇଥିଲେ। ଏହାପରେ ମଇଁଷି ମାଲିକ ନନ୍ଦକିଶୋରଙ୍କ ବିରୋଧରେ ସୂଚନା ପାଇବା ପରେ ତାଙ୍କ ବିରୋଧ‌ରେ ୯ହଜାର ଟଙ୍କାର ଜରିମାନା ଲାଗୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe