ପ୍ରେମିକ ପାଇଁ ଛାତିରେ ବସି ସ୍ବାମୀଙ୍କ  ହତ୍ୟା କଲା ସ୍ତ୍ରୀ

Advertisment

ମହିଳା ପ୍ରେମିକ ସାଙ୍ଗରେ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତକଙ୍କ ସ୍ତ୍ରୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମହିଳା ପ୍ରେମିକ ସାଙ୍ଗରେ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତକଙ୍କ ସ୍ତ୍ରୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


ନୁଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମିକ ସାଙ୍ଗରେ ମିଶି ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତକଙ୍କ ସ୍ତ୍ରୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମୃତ ଯୁବକଙ୍କ ବାପା ଅଭିଯୋଗ କରି କହିଛନ୍ତି, ‘ମୁଁ ହଠାତ ପୁଅ କୋଠରି ଭିତରକୁ ପଶିଯିବାରୁ ସେ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ିଥିବା ବେଳେ ବୋହୂ ଅଞ୍ଜଳି ଘରେ ନଥିଲା। ମୁଁ ବୋହୂଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ସୁଇଜ ଅଫ କହିଥିଲା। କିଛି ସମୟ ପରେ ଅଞ୍ଜଳି ଘରେ ପହଞ୍ଚି ଲୋକେନ୍ଦ୍ରକୁ ଖୋଜି କାନ୍ଦିବାକୁ ଲାଗିଥିଲା।

ପରିବାର ଲୋକ ବି ଯୋଗେନ୍ଦ୍ରର ଏଭଳି ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ। କିଛି ସମ୍ପର୍କୀୟଙ୍କ ସାହାଯ୍ୟରେ ପୁଅର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରାଯାଉଥିବା ବେଳେ ଲୋକେନ୍ଦ୍ର ବେକରେ କିଛିଗୋଟେ ଚାପି ହୋଇଯାଇଥିବାର ଚିହ୍ନ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ  ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଅନ୍ତିମ ସଂସ୍କାର ପାଇଁ ହେଉଥିବା ପ୍ରସ୍ତୁତିକୁ ଅଟକାଇ ବ୍ୟବଚ୍ଛେଦ ପାଇଁ ଲୋକେନ୍ଦ୍ରର ଶରୀର ପଠାଇଦେଇଥିଲା।ଏହି ବ୍ୟବଚ୍ଛେଦ ରିପୋର୍ଟରେ ଲୋକେନ୍ଦ୍ରର ମୃତ୍ୟୁ ଗଳା ଚିପି ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲା। 

ଏହି ଘଟଣାରେ ପୁଲିସ ସନ୍ଦେହ କରି ଅଞ୍ଜଳିଙ୍କୁ ଥାନାକୁ ନେଇଥିଲା। ଥାନାରେ ଅଞ୍ଜଳି ପୁଲିସ ସମ୍ମୁଖରେ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ମୁଁ ଲୋକେନ୍ଦ୍ରଙ୍କ ସାଙ୍ଗ ଗୌରବଙ୍କୁ ଭଲ ପାଉଥିଲା। ଲୋକେନ୍ଦ୍ର ଏ ବିଷୟରେ ଜାଣିବା ପରେ ସେ ଗୌରବଙ୍କୁ ଆଉ ଘରକୁ ଆସିବାକୁ ଦେଇ ନଥିଲେ। ମୁଁ କିନ୍ତୁ ଗୌରବଙ୍କୁ ଚାହୁଁଥିଲି। ତେଣୁ ଲୋକେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ସ୍ଥିର କରିଥିଲି। ହତ୍ୟାଦିନ ରାତିରେ ସ୍ବାମୀଙ୍କୁ ମଦ ପିଇବାକୁ ‌ଦେଇଥିଲି। ନିଶା ହୋଇଗଲା ପରେ ମୁଁ ତାଙ୍କର ଗଳା ଚିପି ହତ୍ୟା କରିଥିଲି। ଏଥିରେ ମୋ‌ତେ ମୋ ମାଉସୀଙ୍କ ପୁଅ ସାହାଯ୍ୟ କରିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe