ମହିଳାଙ୍କ ମୁଣ୍ଡରେ ଛେପ ପକାଇ ବିବାଦରେ ଜାଭେଦ ହବିବ

Advertisment
ମହିଳାଙ୍କ ମୁଣ୍ଡରେ ଛେପ ପକାଇ ବିବାଦରେ ଜାଭେଦ ହବିବ

ମୁଜଫରନଗର: ଦେଶର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ମଧ୍ୟରୁ ଜଣେ ହେଉଛନ୍ତି ଜାଭେଦ ହବିବ। ଜାଭେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ବିବାଦ ଦେଖାଦେଇଛି। ଏକ ଟ୍ରେନିଂ କ୍ଲାସ୍ ସମୟରେ, ହବିବ୍ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଉଛନ୍ତି। ଆଉ କହୁଛନ୍ତି କି ତାଙ୍କ ଛେପରେ ଶକ୍ତି ଅଛି।

ଉତ୍ତର ପ୍ରଦେଶ ବାଗପତରେ ରହୁଥିବା ବ୍ୟୁଟି ପାର୍ଲର ସଂଚାଳିକା ଭାରତର ଟପ ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜାଭେଦ ହବିବଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ନାମ ପୂଜା ଗୁପ୍ତା।

ଭିଡିଓରେ ସେ କହିଛନ୍ତି ଯେ, “ମୋ ନାଁ ପୂଜା ଗୁପ୍ତା ଓ ମୋର ବଂଶିକା ବ୍ୟୁଟି ପାର୍ଲର ଅଛି। ମୁଁ ଜାଭେଦ ହବିବ ସାରଙ୍କ ସେମିନାରରେ ସାମିଲ ହୋଇଥିଲି। ଜାଭେଦ ସାର ମୋତେ ଅନ ଷ୍ଟେଜ ହେୟାର କଟ୍ ପାଇଁ ଡାକିଥିଲେ ଓ ମୋ ସହ ଦୁର୍ବ୍ୟବହାର କରିଥିଲେ। ସେ ଦେଖାଇଛନ୍ତି ଯେ ଆପଣଙ୍କ ପାଖରେ ପାଣି ନଥିଲେ ଆପଣ ଛେପ ଲଗାଇ ମଧ୍ୟ ହେୟାର କଟ୍ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe