ଦେଢ଼ବର୍ଷ ଶିଶୁକୁ ଝୁଣି ଖାଇଲା କୁକୁର, ମୁହଁରେ ପଡ଼ିଲା ୧୫୦ଟି ସିଲେଇ

Advertisment
ଦେଢ଼ବର୍ଷ ଶିଶୁକୁ ଝୁଣି ଖାଇଲା କୁକୁର, ମୁହଁରେ ପଡ଼ିଲା ୧୫୦ଟି ସିଲେଇ

thesun.co.uk

ଫରିଦାବାଦ: ହରିୟାଣାର ଫରିଦାବାଦ ଜିଲ୍ଲା ପଳବଲି ଗ୍ରାମରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ବି ଟାଙ୍କୁରି ଉଠିବ। ଏଠାରେ କିଛି ବାରବୁଲା କୁକୁର ଦେଢ଼ବର୍ଷର ଶିଶୁ ଉପରେ ଆକ୍ରମଣ କରିବା ସହିତ ତାକୁ କ୍ଷତାକ୍ତ କରି ଦେଇଥିଲେ। ଗୁରୁତର ଶିଶୁକୁ ତୁରନ୍ତ ପରିବାରଲୋକ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବି ଶିଶୁର ଅବସ୍ଥା ଦେଖି କିଛିସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଘର ବାହାରେ ଦେଢ଼ବର୍ଷର ଶିଶୁ ଖେଳୁଥିବା ବେଳେ ୫ଟି ବାରବୁଲା କୁକୁର ଦୌଡ଼ାଦୌଡ଼ି ହୋଇ ଶିଶୁ ଆଡ଼କୁ ମାଡ଼ି ଆସିଥିଲେ। କୁକୁର ନିଜନିଜ ଭିତରେ କାମୁଡ଼ା କାମୁଡ଼ି ହୋଇ ଶିଶୁ ଉପରେ ଆକ୍ରମଣ କରି ତାର ନାକ ଓ ଆଖିର ଉପର ଅଂଶକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ। ଏଥିରେ ଶିଶୁଟି ଗୁରୁତର ଭାବେ ଆହତ ହୋଇପଡ଼ିଥିଲା। ଶିଶୁର କାନ୍ଦ ଓ କୁକୁର ଭୋକିବା ଶୁଣି ପରିବାରଲୋକ ଘର ବାହାରକୁ ଆସି କୁକୁର ହାବୁଡରୁ ଶିଶୁକୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ଏହାପରେ ପରିବାରଲୋକ ଚିକିତ୍ସା ପାଇଁ ଦେଢ଼ବର୍ଷର ଶିଶୁକୁ ସେକ୍ଟର-୧୬ସ୍ଥିତ ମେଟ୍ରୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଥିଲେ।

Related image dogstrust.ba

ହସ୍‌ପିଟାଲରେ ଚାରିଘଣ୍ଟା ଧରି ଦେଢ଼ବର୍ଷ ଶିଶୁର ଅସ୍ତ୍ରୋପଚାର କରାଯିବା ପରେ ତାର ଶରୀରରେ ୨୫୦ଟି ସିଲେଇ ପଡ଼ିଥିଲା ବେଳେ ୧୫୦ଟି ସିଲେଇ ଶିଶୁଟିର ଚେହେରା (ମୁହଁ, ନାକ, ଆଖି)ରେ ପଡ଼ିଥିଲା। ଶିଶୁର ପିତାଙ୍କ ନାମ ଶିଷପାଳ । ସେ ପେସାରେ ଜଣେ ଅଟୋ ଚାଳକ ଅଟନ୍ତି। ଶିଶୁର ପରିବାରଲୋକଙ୍କ ଆର୍ଥିକସ୍ଥିତ ଠିକ୍‌ ନଥିବାରୁ ସ୍ଥାନୀୟଲୋକ ଏହି ଘଟଣାକୁ ନେଇ ପୀଡ଼ିତ ପରିବାରକୁ ସାହାୟତା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe