ପୋଷାକ ଖୋଲି ଫଟୋ ପଠାଇବାକୁ କହୁଥିଲେ ଶିକ୍ଷକ, ଚପଲରେ ପିଟିଲେ ମାତାପିତା

ଉତ୍ତରପ୍ରଦେଶର ହମିରପୁରରେ ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ ମାଡ଼ ମାରିଛନ୍ତି ଲୋକେ। ଅଭିଯୋଗ ହୋଇଛି ଯେ, ଶିକ୍ଷକଜଣକ ଛାତ୍ରୀମାନଙ୍କୁ ଅଶ୍ଲୀଳ ଫଟୋ ପଠାଉଥିଲେ ଏବଂ ପୋଷାକ ଖୋଲି ଫଟୋ ପଠାଇବାକୁ କହୁଥିଲେ।

hamirpur

ହମିରପୁର: ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କୁ ମାଡ଼ ମାରିଲେ ଲୋକେ। ଅଭିଯୋଗ ହୋଇଛି ଯେ, ଶିକ୍ଷକଜଣକ ଛାତ୍ରୀମାନଙ୍କୁ ଅଶ୍ଲୀଳ ଫଟୋ ପଠାଉଥିଲେ ଏବଂ  ପୋଷାକ ଖୋଲି ଫଟୋ ପଠାଇବାକୁ କହୁଥିଲେ। ଏଥିରେ ରାଗିଯାଇ ପରିବାର ଲୋକେ ଶିକ୍ଷକଙ୍କୁ ଚପଲରେ ପିଟିଥିବା ଜଣାଯାଇଛି। ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା। କୁହାଯାଉଛି ଯେ, କେବଳ ଜଣେ ନୁହନ୍ତି ଏକାଧିକ ଛାତ୍ରୀଙ୍କୁ ଏଭଳି ଅଶାଳୀନ ବ୍ୟବହାର କରୁଥିଲେ ଅଭିଯୁକ୍ତ ଶିକ୍ଷକ। ତେବେ ମାଡ଼ ମରାଯାଉଥିବାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଶିକ୍ଷକଙ୍କୁ ଲୋକଙ୍କ କବଳରୁ ମୁକୁଳାଇ ହେପାଜତକୁ ନେଇଥିଲା ବୋଲି ଜଣାପଡ଼ିଛି।

ପୁଲିସ କହିଛି ଯେ, ଏହି ଘଟଣା ଘଟିଛି ଜିଲ୍ଲାର ଜରିଆ ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏଠାରେ ପାଠ ପଢ଼ାଉଥିବା ଶିକ୍ଷକ ମୁକେଶ ଚୌରାସିଆ ଅନେକ ଛାତ୍ରୀଙ୍କ ସହ ଅଶାଳୀନ ବ୍ୟବହାର କରୁଥିଲେ। ସେମାନଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇବା ସହ ନଗ୍ନ ଫଟୋ ମାଗୁଥିଲେ। ମନା କଲେ ସେମାନଙ୍କ ପ୍ରତି ଅତ୍ୟାଚାର କରୁଥିଲେ ମୁକେଶ।ବାରମ୍ବାର ‌ଏଭଳି ହେବାରୁ ଛାତ୍ରୀମାନେ ନିଜ ଘରେ ସବୁ ଜଣାଇଥିଲେ। ଏହା ଶୁଣି ରାଗରେ କିଛି ଛାତ୍ରୀଙ୍କ ମାତାପିତା ଆସି ମୁକେଶଙ୍କୁ ମାଡ଼ ମାରିଥିଲେ। ଏନେଇ ଆମକୁ ଖବର ମିଳିବାରୁ ଆମେ ଛାତ୍ରୀଙ୍କ ମାତାପିତାଙ୍କ କବଳରୁ ମୁକେଶକୁ ରକ୍ଷା କରି ଏବେ ଷ୍ଟେସନକୁ ଆଣିଛୁ। ଆଗକୁ ଛାତ୍ରୀମାନଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe