ଭାରସାମ୍ୟ ହରାଇ ୫ଜଣଙ୍କ ଉପରେ ମାଡ଼ିଯାଇ ହୋଟେଲ ଭିତରେ ପଶିଲା କାର

ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଏକ କାର ଭାରସାମ୍ୟ ହରାଇ ୫ଜଣ ଲୋକଙ୍କୁ ଧକ୍କା ଦେଇ ହୋଟେଲ ଭିତରେ ପଶି ଯାଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି।

wrq7)

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଏକ କାର ଭାରସାମ୍ୟ ହରାଇ ୫ଜଣ ଲୋକଙ୍କୁ ଧକ୍କା ଦେଇ ହୋଟେଲ ଭିତରେ ପଶି ଯାଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଏହି ଛାତିଥରା ଘଟଣାର ଦୃଶ୍ୟ ହୋଟେଲରେ ଲାଗିଥିବା  ସିସିଟିଭିରେ କୈଦ ହୋଇଛି। ଯେଉଁଥି‌ରେ ଦୁର୍ଘଟଣା ପରେ ହୋଟେଲ ବାହାରେ ଅପେକ୍ଷା କରିଥିବା ଗ୍ରାହକମାନେ ଭୟରେ ଏଣେତେଣେ ଦୌଡ଼ି ପଳାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ପୁଲିସ ସୂତ୍ରରୁ ପ୍ରକାଶ, ଜନପଦ ହାପୁଡ଼ର ଥାନା ବାବୁଗଢ଼ ଅଞ୍ଚଳସ୍ଥ ରାଜା ଜି ହବେଲି ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଚିହ୍ନଟ କରାଯାଇ ଖୁବଶୀଘ୍ର କାବୁ କରାଯିବ।  ଦୁଃଖର ବିଷୟ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe