ପରସ୍ପରଙ୍କୁ ବରଣମାଳା ପିନ୍ଧାଉଥିଲେ ବର-କନ୍ୟା, ମଞ୍ଚ ଉପରେ ହେଲା ଅଚାନକ ଗୁଳିଚାଳନା

Advertisment
ପରସ୍ପରଙ୍କୁ ବରଣମାଳା ପିନ୍ଧାଉଥିଲେ ବର-କନ୍ୟା, ମଞ୍ଚ ଉପରେ ହେଲା ଅଚାନକ ଗୁଳିଚାଳନା

ପାଟ୍‌ନା: ବିବାହର ଉତ୍ସବ ଥାଏ। ଉପସ୍ଥିତ ଅତିଥି ବି ଖସିଖୁସିରେ ବିବାହ ଦେଖୁଥାନ୍ତି। ପରସ୍ପରଙ୍କୁ ବରଣମାଳା ପିନ୍ଧାଉଥାନ୍ତି ବର ଓ କନ୍ୟା। ମାତ୍ର ସେତିକି ବେଳେ ଅଚାନକ ହେଲା ଗୁଳିମାଡ଼। ବରଣମାଳା ପିନ୍ଧା ଛାଡ଼ି ପରସ୍ପରଠାରୁ ଅଲଗା ହୋଇ ଅତଙ୍କିତ ହୋଇ ଚାହିଁ ରହିଥିଲେ ବର-କନ୍ୟା। ଏହି ଗୁଳିଚାଳନାରେ ଆହତ ହୋଇ ବରଙ୍କ ଚାଚା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ବରଙ୍କ ଚାଚାଙ୍କ ସମେତ ଅନ୍ୟ ୨ ଜଣଙ୍କ ଶରୀରରେ ବି ଗୁଳି ବାଜିଥିଲା। ସମସ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ଗାଁରେ ଓ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଦେଖୁ ଦେଖୁ ହିଁ ବିବାହରେ ବାଧା ଉପୁଜିଥିଲା ଓ ଲୋକ ଏପଟ ସେପଟ ହେବାକୁ ଲାଗିଥିଲେ। ଏହି ଘଟଣା ସଂପର୍କରେ ସୂଚନା ମିଳିବା ମାତ୍ରେ ହିଁ ନାରାୟଣପୁର ଥାନା ଇନ୍‌ଚାର୍ଜ ନିତା କୁମାରୀ ନିଜ ଦଳବଳ ସହ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ବର ଓ କନ୍ୟା ପରସ୍ପରଙ୍କୁ ମାଳା ପିନ୍ଧାଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଚଢ଼ି ଲଗାତର ଗୁଳିଚାଳନା କରିବା ଆରମ୍ଭ କରିଥିଲା। ସେହି ସମୟରେ ବର ଓ କନ୍ୟାଙ୍କ ଭିଡିଓ ବନାଉଥିବା ଦୁଇ ଜଣ କ୍ୟାମେରାମ୍ୟାନଙ୍କ ଶରୀରରେ ପ୍ରଥମେ ଗୁଳି ବାଜିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଫେରାର୍‌ ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା କେହି ଜଣେ ଏହି ସମୟର ଭିଡିଓ ବନାଇ ତାହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe