ଭାବି ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ହସ୍ପିଟାଲ ଉଡ଼ାଇବା ଧମକ ଦେବା ମହଙ୍ଗା ପଡ଼ିଲା

Advertisment

ହରିୟାଣାର ଫରିଦାବାଦରେ ଥିବା ଏକ ଘରୋଇ ହସ୍ପିଟାଲକୁ ବୋମାରେ ଉଡ଼ାଇବା ଧମକ ଦେବା ଧମକଦାତା ଅଙ୍କିତ ପାସୱାନଙ୍କୁ ମହଙ୍ଗା ପଡ଼ିଲା। ପାଟନାରୁ ଧମକଦାତାଙ୍କୁ ଉଠାଇ ନେଇଗଲା ପୁଲିସ।

Updated On

ହରିୟାଣାର ଫରିଦାବାଦରେ ଥିବା ଏକ ଘରୋଇ ହସ୍ପିଟାଲକୁ ବୋମାରେ ଉଡ଼ାଇବା ଧମକ ଦେବା ଧମକଦାତା ଅଙ୍କିତ ପାସୱାନଙ୍କୁ ମହଙ୍ଗା ପଡ଼ିଲା। ପାଟନାରୁ ଧମକଦାତାଙ୍କୁ ଉଠାଇ ନେଇଗଲା ପୁଲିସ।

ଅଦ୍ୟତନ ହୋଇଛି
ଦସଦ

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦରେ ଥିବା ଏକ ଘରୋଇ ହସ୍ପିଟାଲକୁ ବୋମାରେ ଉଡ଼ାଇବା ଧମକ ମିଳିବା ପରେ ଆଲୋଡନ ଖେଳି ଯାଇଥିଲା। ପୁଲିସ ସଙ୍ଗେସଙ୍ଗେ ଏହି ଘଟଣାର ଯାଞ୍ଚ କରି ବିହାରର ରାଜଧାନୀ ପାଟନାରୁ ଧମକଦାତାଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାମ ଅଙ୍କିତ ପାସୱାନ ବୋଲି ଜଣାପଡ଼ିଛି। 

ଏହି ଘଟଣାକୁ ନେଇ ଫରିଦାବାଦ ଏସିପି ଅମନ ଯାଦବ କହିଛନ୍ତି, ‘ ସେକ୍ଟର ୮ସ୍ଥିତ ଥିବା ଏକ ଘରୋଇ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦିଆଯିବା ପାଇଁ ଧମକ ମିଳିଥିଲା। ଏହାପରେ ଅଧିକାରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ସେକ୍ଟର ୩୦ କ୍ରାଇମ ବ୍ରାଞ୍ଚ ଅଧିକାରୀ ଅନିଲ କୁମାର ଓ ସେକ୍ଟର ୬୫ର ଇନ୍ସପେକ୍ଟର ଜଗବିନ୍ଦର ମିଳିତ ଭାବେ ଏକ ଟିମ ଗଠନ କରି ଯାଞ୍ଚ ଆରମ୍ଭ କରିଥିଲେ। ଏହି ଯାଞ୍ଚରେ ଧମକଦାତା ଅଙ୍କିତ ପାସୱାନଙ୍କୁ ପୁଲିସ ବିହାର ଯାଇ ପାଟନାରୁ ଗିରଫ କରିଥିଲା। 

ଗିରଫ ପରେ ଅଙ୍କିତ ପାସୱାନଙ୍କୁ ପୁଲିସ ଜେରା କରିଥିଲା। ଏହି ଜେରାରୁ ଜଣାପଡ଼ିଲା ଅଙ୍କିତଙ୍କ ଯେଉଁ ଝିଅଙ୍କ ସହିତ ବିବାହ ସ୍ଥିର ହୋଇଥିଲା କିଛିଦିନ ତ‌‌ଳେ ତାଙ୍କ ମା’ ଏହି ହସ୍ପିଟାଲରେ ଭର୍ତ୍ତି ଥିଲେ। ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣାରେ ହସ୍ପିଟାଲ ଉପରେ ରାଗ ଦେଖାଇବା ସହିତ ନିଜର ଭାବି ସ୍ତ୍ରୀ ସାମ୍ନାରେ ହିରୋ ହେବା ପାଇଁ ଅଙ୍କିତ ଯେଉଁ ହସ୍ପିଟାଲରେ ତାଙ୍କ ଭାବି ଶାଶୁଙ୍କ ମୃତ୍ୟୁ ହୋଇଥିଲା ତାହାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଯାହାକି ତାଙ୍କୁ ମହଙ୍ଗା ପଡ଼ି ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe