ସୁଟିଂ ପାଇଁ ଡାକିଲେ, ଗଳା କାଟି କେନାଲରେ ଫିଙ୍ଗି ଦେଲେ

ryjytjt

ସୋନିପତ: ସୁଟିଂ ପାଇଁ ଡାକିଲେ, ଗଳା କାଟି କେନାଲରେ ଫିଙ୍ଗି ଦେଲେ। ସୋମବାର ସୋନିପତର ଏକ କେନାଲରେ ହରିୟାଣାର ଜଣେ ମଡେଲଙ୍କ ଗଳା କଟା ମୃତଦେହ ମିଳିଛି। ମୃତକଙ୍କ ନାମ ଶୀତଲ ବୋଲି ଜଣାପଡ଼ିବା ସହ ସେ ହରିୟାଣବୀ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ମଡେଲ ଭାବରେ କାମ କରୁଥିଲେ ବୋଲି କୁହାଯାଉଛି। ନିର୍ମମ ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଅଭିଯୁକ୍ତ ବର୍ତ୍ତମାନ ଫେରାର ଥିବା ସାମ୍ନାକୁ ଆସିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶୀତଲ ତାଙ୍କ ଭଉଣୀ ନେହାଙ୍କ ସହିତ ପାଣିପତରେ ରହୁଥିଲେ। ଜୁନ୍ ୧୪ତାରିଖରେ ମଡେଲଜଣକ ଆହାର ଗାଁକୁ ସୁଟିଂ ପାଇଁ ଯାଇଥିଲେ। ସଠିକ୍ ସମୟରେ ସେ ଘରକୁ ନଫେରିବାରୁ, ପୀଡିତାଙ୍କ ଭଉଣୀ ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଥିଲେ। ତଦନ୍ତ ପରେ, ପୁଲିସ ଖଣ୍ଡା ଗାଁ ନିକଟସ୍ଥ ଏକ କେନାଲରେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା।  ଏବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ଏବଂ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।

ଗତ ସପ୍ତାହରେ, ସୋସିଆଲ ମିଡିଆ ଇନଫ୍ଲୁଏନସର କମଲ କୌରଙ୍କ ମୃତଦେହ ଭଟିଣ୍ଡା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଥିବା ଆଦେଶ ମେଡିକାଲ ବିଶ୍ୱବିଦ୍ୟାଳୟର ପାର୍କିଂରେ ପାର୍କ ହୋଇଥିବା ଏକ କାରରୁ ମିଳିଥିଲା। ଲୁଧିଆନା ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ଥିବା ଏହି ଗାଡ଼ିରୁ ଦୁର୍ଗନ୍ଧ ବାହାରିବା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe